ବୁଷ୍ଟର ଡୋଜ୍ ଭାବରେ ମିଳିବ ଭାରତ ବାୟୋଟେକ୍‌ର ନାଜାଲ ଭାକ୍ସିନ: ଆସନ୍ତା ସପ୍ତାହରେ କୋଓ୍ବନରେ ହେବ ଉପଲବ୍ଧ

Published By : Prameya-News7 Bureau | December 22, 2022 IST

ନୂଆଦିଲ୍ଳୀ, ୨୨/୧୨: କରୋନା ବିରୋଧୀ ଲଢ଼େଇରେ ଭାରତକୁ ଆଉ ଏକ ହତିଆାର ମିଳିଛି। ଦେଶକୁ ବୁଷ୍ଟର ଡୋଜ୍‌ ଭାବରେ ତୃତୀୟ ଭାକ୍ସିନ ମିଳିଛି। ଡିସିଜିଆଇ ଭାରତ ବାୟୋଟେକ୍‌ର ନାଜାଲ କୋଭିଡ୍ ଭାକ୍ସିନକୁ ପୂର୍ବରୁ ହିଁ ଅନୁମତି ଦେଇସାରିଛି। ଯାହାପରେ କମ୍ପାନୀ ଭାକ୍ସିନକୁ କୋ ଓ୍ବିନ୍ ପୋର୍ଟାଲ୍ରେ ସାମିଲ୍ କରିବାକୁ ଅନୁମତି ମାଗିଥିଲା। ଆଉ ଏବେ ଏହାକୁ ଅନ୍ତିମ ଅନୁମତି ମିଳିଛି।

ଭାରତ ବାୟୋଟେକ୍‌ର ନାଜାଲ ଭାକ୍ସିନ୍‌କୁ ଆସନ୍ତା ସପ୍ତାହର ଆରମ୍ଭରେ କୋଓ୍ବିନ୍ ପ୍ଲାଟଫର୍ମରେ ସାମିଲ କରାଯିବ। ଏହି ଭାକ୍ସିନ ନାକ ଦ୍ବାରା ସ୍ପେ୍ର ଭାବରେ ଦିଆଯିବ। ଅର୍ଥାତ୍ ଭାକ୍ସିନ ନେଉଥିବା ବ୍ୟକ୍ତିଙ୍କ ବାହୁରେ ଟିକା ଲଗାଯିବ ନାହିଁ। ଏହାର ଦୁଇଟି ଡୋଜ୍ ଦିଆଯାଏ। ଏହି ଭାକ୍ସିନ ବୈଶ୍ବିକ ସ୍ତରରେ ନିର୍ମାଣ ଏବଂ ବିତରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ କଥାବାର୍ତ୍ତା ଚାଲିଥିବା ନେଇ ମଧ୍ୟ କୁହାଯାଉଛି।

ବର୍ତ୍ତମାନ ଭାରତ ବାୟୋଟେକ୍‌ର କୋଭାକ୍ସିନ, ସିରମ ଇନଷ୍ଟିଚ୍ୟୁଟ୍‌ର କୋଭିସିଲ୍ଡ ଏବଂ କୋଭୋଭାକ୍ସ, ଋଷର ସ୍ପୁଟନିକ୍ ଭି ଏବଂ ବାୟୋଲଜିକାଲ ଇ ଲିମିଟେଡର କର୍ବେଭାକ୍ସ ଭାକ୍ସିନ କୋଓ୍ବିନ୍ ପୋର୍ଟାଲରେ ତାଲିକାଭୁକ୍ତ ରହିଛି। ଭାରତ ବାୟୋଟେକ୍ ଗତ ୬ ସେପ୍ଟେମ୍ବରରେ ଘୋଷଣା କରିଥିଲା ଯେ ଏହା ଦୁନିଆର ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ-୧୯ ଭାକ୍ସିନ iNCOVACC (BBV154) କୁ ଡଜିସିଆଇ ତରଫରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଉପରେ ଜରୁରୀ ବ୍ୟବହାରକୁ ଅନୁମତି ମିଳିଛି। ଭାକ୍ସିନକୁ ଓ୍ବାଶିଂଟନ୍ ବିଶ୍ବବିଦ୍ୟାଳୟ, ସେଣ୍ଟ ଲୁଇସ୍ ସହଭାଗିତାରେ ପ୍ରସ୍ତୁତ କରାଯାଇଥିଲା।

୪୦୦୦ ଏହାର ସ୍ବେଚ୍ଚାସେବୀଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ଏମାନଙ୍କ ମଧ୍ୟରେ କାହା ଉପରେ ବି ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇନଥିଲା। ଅଗଷ୍ଟରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ସ୍ପଷ୍ଟ ହୋଇଥିଲା ଯେ BBV154 ଭାକ୍ସିନ ବ୍ୟବହାର ପାଇଁ ସୁରକ୍ଷିତ। ଭାକ୍ସିନ ସଂକ୍ରମଣକୁ କମ୍ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.