ଇଣ୍ଟ୍ରାନାଜାଲକୁ ଡିସିଜିଆଇର ଗ୍ରୀନ ସିଗ୍‌ନାଲ, ଜରୁରୀକାଳୀନ ବ୍ୟବହାର ପାଇଁ ବୁଷ୍ଟର ଡୋଜ୍‌କୁ ଅନୁମତି

Published By : Prameya-News7 Bureau | November 25, 2022 IST

ନୂଆଦିଲ୍ଲୀ: ଇଣ୍ଟ୍ରାନାଜାଲ କୋଭିଡ୍-୧୯ ବୁଷ୍ଟୋର ଡୋଜକୁ ଡିସିଜିଆଇର ମଞ୍ଜୁରୀ । ଭାରତ ବାଓଟେକ୍‌ର ଇଣ୍ଟ୍ରାନାଜାଲ କୋଭିଡ୍-୧୯ ବୁଷ୍ଟୋର ଡୋଜ୍‌କୁ ମଞ୍ଜୁରୀ ପ୍ରଦାନ କରିଛି ଡିସିଜିଆଇ । ଶୁକ୍ରବାର କୋଭିଡ୍ -୧୯ ନାଜଲ ଇନକୋଭାକ୍ ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି ।

ଭାରତ ବାଓଟେକର ରିପୋର୍ଟ ଅନୁଯାୟୀ, ଏହି ଭ୍ୟାକ୍ସିନକୁ ନାକ ଜରିଆରେ ବ୍ୟବହାର କରାଯାଉଥିବାରୁ ଏହା ବେଶ୍ ପ୍ରଭାବଶାଳୀ ।  ଇନକୋଭାକ୍ ଭାରତ ପ୍ରଥମ ନୋଜେଲ୍ ଭ୍ୟାକ୍ସିନ । ଏହାକୁ ଭାରତ ବାଓଟେକ୍ ବିକଶିତ କରିଛି । ଏହି  ମେଡିସିନକୁ ବୟସ୍କଙ୍କ କ୍ଷେତ୍ରରେ ଜରୁରୀକାଳୀନ ବ୍ୟବହାର କରାଯିବ । କୋଭାକ୍ସିନ୍ ଓ କୋଭିସିଲ୍ଡ ଭଳି ଏହି ନୋଜଲ୍ ଭ୍ୟାକ୍ସିନ ଉପଯୋଗୀ । ChAd-SARS-CoV-2-Sର ଇଣ୍ଟ୍ରାନାଜାଲ ଟିକାକରଣ ପରେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ିବ । ଏହି ବୁଷ୍ଟର ଡୋଜ୍ କୋଭିଡ୍ ସଂକ୍ରମଣରୁ ରକ୍ଷା କରିବ । କୋଭିଡ୍ ଦ୍ବିତୀୟ ଡୋଜ୍ ନେବାର ୬ମାସ ପରେ ଏହି ନୋଜଲ ଭ୍ୟାକ୍ସିନ ନେଇ ପାରବେ ।

ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ଏହି ବୁଷ୍ଟର ଡୋଜ୍ ବେଶ ପ୍ରଭାବଶାଳୀ ବୋଲି ଭାରତ ବାଓଟେକ୍ କହିଛି । ପୂର୍ବରୁ ସେପ୍ଟେମ୍ବର ୬ତାରିଖରେ ଇଣ୍ଟ୍ରାନାଜାଲ ଇନକୋଭାକ୍ ଭ୍ୟାକ୍ସିନକୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦେବା ନେଇ ମଞ୍ଜୁରୀ ପ୍ରଦାନ କରିଥିଲା ଡିସିଜିଆଇ । ଭାରତ ବାଓଟେକ୍ ଏହି ଭ୍ୟାକ୍ସିନକୁ ବଜାରରେ ଉପଲବ୍ଧ କରିବାକୁ ମଧ୍ୟ ଆବେଦନ କରିଛି । କୋଭାକ୍ସିନ୍ ଓ କୋଭିସିଲ୍ଡ ଭଳି ଏହାକୁ ମଧ୍ୟ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯିବ । ଏପ୍ରିଲ ୧୦ ତାରିଖରୁ ସବୁ ବର୍ଗର ଲୋକଙ୍କୁ ବୁଷ୍ଟୋର ଡୋଜ୍ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.