ଦେଶକୁ ମିଳିଲା କରୋନାର ପ୍ରଥମ ନାଜାଲ ଭ୍ୟାକ୍ସିନ, ଜରୁରୀକାଳୀନ ବ୍ୟବହାର ପାଇଁ DCGIର ମଞ୍ଜୁରୀ
6/09/2022 at 4:25 PM

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ନିର୍ମିତ ନାଜାଲ ଭ୍ୟାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇର ମଞ୍ଜୁରୀ ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ସୂଚନା ଦେଇଛନ୍ତି । ଏହା ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନ । କରୋନା ବିରୁଦ୍ଧ ଲଢେଇରେ ଏହା ଭାରତକୁ ଅଧିକ ବଳ ଯୋଗାଇବ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି କହିଛନ୍ତି, ‘କୋଭିଡ ୧୯ ବିରୁଦ୍ଧ ଲଢେଇରେ ଭାରତର ବଡ଼ ଉପଲବ୍ଧି ହାସଲ କରିଛି । ଭାରତ ବାୟୋଟେକର ନାକରେ ଦିଆଯାଉଥିବା କରୋନା ଭ୍ୟାକ୍ସିନକୁ ଡିସିଜିଆଇର ମଞ୍ଜୁରୀ ମିଳିଛି । ସେ ଲେଖିଛନ୍ତି, ଏହା ପରେ ଏହି ଭ୍ୟାକ୍ସିନ ଭାରତରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଜରୁରୀ ସ୍ଥିତିରେ ଦିଆଯିବ’।
Big Boost to India's Fight Against COVID-19!
— Dr Mansukh Mandaviya (@mansukhmandviya) September 6, 2022
Bharat Biotech's ChAd36-SARS-CoV-S COVID-19 (Chimpanzee Adenovirus Vectored) recombinant nasal vaccine approved by @CDSCO_INDIA_INF for primary immunization against COVID-19 in 18+ age group for restricted use in emergency situation.
ଅନ୍ୟ ଏକ ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ନାକରେ ଦିଆଯାଉଥିବା କରୋନା ଭ୍ୟାକ୍ସିନ ଆସିବା ପରେ କରୋନା ବିରୁଦ୍ଧ ଲଢେଇକୁ ଭାରତ ଅଧିକ ପ୍ରଭାବୀ ଭାବେ ଲଢି ପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋଭିଡ ୧୯ ବିରୁଦ୍ଧରେ ବିଜ୍ଞାନ, ଗବେଷଣା ଏବଂ ସମ୍ୱଳର ସଠିତ ବ୍ୟବହାର କରିଛି । ଏହି ପ୍ରୟାସରେ ଭାରତ କରୋନାକୁ ସମ୍ପୂର୍ଣ୍ଣ ରୂପେ ହରାଇବାରେ ସଫଳ ହେବ ।