ଦିଲ୍ଲୀରେ ଭାରତ ବନ୍ଦର ପ୍ରଭାବ : ବିରୋଧୀ ଦଳମାନଙ୍କର ଶୋଭାଯାତ୍ରା
10/09/2018 at 11:58 AM

ନୂଆଦିଲ୍ଲୀ ୧୦|୯: ଆଜି ଭାରତ ବନ୍ଦ । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ନୂଆଦିଲ୍ଲୀରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସକାଳେ ରାହୁଲ ଗାନ୍ଧି ରାଜଘାଟରେ ମହାତ୍ମାଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେବା ସହ କୈଳାସ ମାନସରୋବରରୁ ଆଣିଥିବା ପାଣି ଢାଳିବା ପରେ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ପଦଯାତ୍ରାରେ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସାମିଲ ଥିଲେ । ଏହି ପଦଯାତ୍ରା ରାଜଘାଟରୁ ଆରମ୍ଭ ହୋଇ ରାମଲୀଳା ମଇଦାନ ପର୍ଯ୍ୟନ୍ତ ପହଞ୍ଚୁଛି। ଏଥିରେ ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ସହ ଅନ୍ୟ ବିରୋଧୀ ଦଳ ମଧ୍ୟ ସାମିଲ ହୋଇଛନ୍ତି। ଦିଲ୍ଲୀରେ ସେଭଳି ଭାବେ ବନ୍ଦର କିଛି ପ୍ରଭାବ ଦେଖିବାକୁ ମିଳିନାହିଁ । ସ୍କୁଲ କଲେଜ ମଧ୍ୟ ଖୋଲା ରହିଛି । ସାଧାରଣ ଜୀବନଯାତ୍ରା ଯାନବାହନ ଚଳାଚଳ ସ୍ବାଭାବିକ ରହିଛି । ଦିଲ୍ଲୀ ଏବଂ ଏହାର ଆଖପାଖର ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।