ଆଜି ଭାରତ ବନ୍ଦ : ଜୟପୁରରେ ବନ୍ଦର ପ୍ରଭାବ
10/09/2018 at 10:34 AM

କୋରାପୁଟ ୧୦|୯: ଆଜି ଭାରତ ବନ୍ଦ । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କୋରାପୁଟ ଜୟପୁରରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ରାସ୍ତାରେ ଗାଡି ମଟର ଚଳଚଳକୁ ମଧ୍ୟ ବନ୍ଦ କରିଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗାଡିମଟର ଅଟକ ରହିଛି ।