କୃଷି ଆଇନ୍‌କୁ ବିରୋଧ କରି ଭାରତ ବନ୍ଦ ଡାକରା, ରାଇରଙ୍ଗପୁରରେ ରାସ୍ତାରୋକ ସହ ପିକେଟିଂ

Published By : Prameya-News7 Bureau | December 08, 2020 IST

ରାଇରଙ୍ଗପୁର ୦୮।୧୨ : କୃଷି ଆଇନ୍‌କୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ତେବେ ଭାରତ ବନ୍ଦର ପ୍ରଭାବ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ଆଖାପାଖ ଅଞ୍ଚଳରେ ଦେଖିବାକୁ ମିଳିଛି । ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦକୁ ମଧ୍ୟ ସମର୍ଥନ ମିଳିଛି ।

କୃଷି ଆଇନ୍‌କୁ ବିରୋଧ କରି ସାରାଭାରତରେ ବିରୋଧ ଜାରି ରହିଛି । ତେବେ ବନ୍ଦର ପ୍ରଭାବ ମଧ୍ୟ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ଦେଖିବାକୁ ମିଳିଛି । ସମସ୍ତ ଦୋକାନ ବଜାର ବନ୍ଦ କରିବା ସହିତ ଗାଡି ଚଳା ଚଳ ବନ୍ଦ ରହିଛି। ସେହିପରି ସରକାରୀ କାର୍ଯ୍ୟାଳୟ ଗୁଡିକୁ ସରକାରଙ୍କ ଛୁଟି ବନ୍ଦ  ପାଇଁ ଘୋଷଣା କରିଥିବା ବେଳେ କେତୋଟି ବେସରକାରୀ ବ୍ୟାଙ୍କ ଗୁଡିକ ଖୋଲିଛି । ଭାରତ ବନ୍ଦକୁ  କଂଗ୍ରେସ, ଜେଏମ୍ଏମ୍ , SUCI ଦଳ ସମର୍ଥନ କରିଥିବା ବେଳେ ବିଭିନ୍ନ ସ୍ଥାନରେ  କର୍ମୀମାନେ ମିଳିତ ଭାବରେ ପିକେଟିଂ କରିବା ସହିତ ଖୋଲାଥିବା ଦୋକାନକୁ ବନ୍ଦ କରୁଥିବାର ଦେଖିବାକୁ ମିଳିଛି । ସେହିପରି ସହରରେ ଅନେକ ପେଟ୍ରୋଲ ପମ୍ପ ଖୋଲାରହିଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସର ପାଟ୍ରୋଲିଂ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.