ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ, ସାମିଲ ହେଲେ କଂଗ୍ରେସ ସହ ବାମପନ୍ଥୀ ଦଳ

Published By : Prameya-News7 Bureau | September 27, 2021 IST

ନୀଳଗିରି ୨୭।୦୯ : କୃଷକ ସଂଗଠନ ତରଫରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଅନୁରୂପ ଭାବେ ନୀଳଗିରିରେ ଏହାର ପ୍ରଭାବ ପଡିଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତା ଅବରୋଧ କରିଛନ୍ତି ।

କୃଷକ ସଙ୍ଗଠନ ନୀଳଗିରି ଆଞ୍ଚଳିକ କମିଟି ତରଫରୁ ଏହି ବନ୍ଦ ଡାକରାରେ କଂଗ୍ରେସ, ସିପିଆଇ, ସିପିଆଇଏମ ଦଳ ସମର୍ଥନ ଦେଇ ବିକ୍ଷୋଭ ରେ ସାମିଲ ହୋଇଛି। ଆଜି ଦୋକାନ ବଜାର ସହ କୋର୍ଟ ଓ ସରକାରୀ ଅଫିସକୁ ବନ୍ଦ କରାଯାଉଥିବା ଦେଖିବାକୁ ମିଳିଛି। ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା। ଏହି ଆନ୍ଦୋଳ ରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ନୀଳଗିରି ବ୍ଲକ କଂଗ୍ରେସ ସଭାପତି ମନୋରଞ୍ଜନ ପଣ୍ଡା, ସିପିଆଇମ ନେତା ଯୋଗାନନ୍ଦ ଦାଶ, ବିଜୟ ପାତ୍ର ସିପିଆଇ ନେତା ନିରଞ୍ଜନ ବାରିକଙ୍କ ସମେତ ବହୁ ଚାଷୀମାନେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.