ଝାରସୁଗୁଡ଼ାରେ ଭାରତ ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଏବଂ ପିକେଟିଂ

Published By : Prameya-News7 Bureau | December 08, 2020 IST

ଝାରସୁଗୁଡ଼ା ୦୮।୧୨: ନୂତନ କୃଷି ଆଇନ୍‌କୁ ବିରୋଧ କରି ଆଜି ଭାରତ ବନ୍ଦ ଡ଼ାକରା । ଦେଶର ବିଭିନ୍ନ କୃଷକ ସଂଗଠନଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହିପ୍ରରିପେକ୍ଷୀରେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ସହ ପିକେଟିଂ ମଧ୍ୟ କରାଯାଉଛି ।

ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଦେଶର ୧୮ଟି ରାଜନୈତିକ ଦଳ ଓ ୫୦ରୁ ଅଧିକ ଗଣ ସଂଗଠନ ସମର୍ଥନ କରିଛନ୍ତି । ଝାରସୁଗୁଡା ସହର ସମେତ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଆଜି ସମସ୍ତ ଗଣ ସଂଗଠନ ସହ ଭାରତୀୟ କମ୍ୟୁନିଷ୍ଟପାର୍ଟି, କଂଗ୍ରେସ, ସିପିଏମ୍ ସହ ଚାଷୀ ସଂଗଠନର କର୍ମକର୍ତ୍ତା ମାନେ ପିକେଟିଂ କରି ବାଇପାସ ଛକରେ ଅବରୋଧ କରିଛନ୍ତି । ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତା ଅବରୋଧ ଯୋଗୁଁ ଝାରସୁଗୁଡା ସହ ବେଲପାହଡ,ବ୍ରଜରାଜନଗର,ସୁନ୍ଦରଗଡ ଓ ସମ୍ବଲପୁରକୁ ଯୋଗାଯୋଗ ବିଚ୍ଛିନ ହୋଇଛି |

କେନ୍ଦ୍ର ସରକାରଙ୍କ ନୂତନ କୃଷି ବିଲରେ ଚାଷୀଙ୍କୁ ଶୋଷଣ କରି ପୁଞ୍ଜିପତିଙ୍କୁ ସହଯୋଗ କରାଯାଉଛି । ଆଇନରେ ପରିବର୍ତ୍ତନ କରି ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପେଟ ପାଟଣାକୁ ନଷ୍ଟ କରିବାକୁ ଉଦ୍ୟମକୁ ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ଯୋଗୁଁ ଝାରସୁଗୁଡା ସହରର ଦୋକାନ ବଜାର ଖୋଲା ରହିଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଆଜିର ଭାରତ ବନ୍ଦକୁ ସଫଳ କରିବାକୁ ବାଇପାସ ଛକରେ କଂଗ୍ରେସ ସମେତ ଅନ୍ୟାନ ପାର୍ଟି ପକ୍ଷରୁ ପିକେଟିଂ କରାଯାଇଛି । ସେହିପରି କୋଲାବିରା ବ୍ଲକ ପତ୍ରାପାଲି ଛକରେ ଲୋକାମୁକ୍ତି ସଂଗଠନର ଆବାହକ ଅନନ୍ତ ପଣ୍ଡାଙ୍କ ନେତୃତ୍ୱରେ ଚାଷୀ ମୂଲିଆ ରାସ୍ତା ଅବରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.