ବଲାଙ୍ଗୀରରେ ଭାରତ ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଏବଂ ପିକେଟିଂ

Published By : Prameya-News7 Bureau | December 08, 2020 IST

ବଲାଙ୍ଗୀର ୦୮।୧୨: ନୂତନ କୃଷି ଆଇନ୍‌କୁ ବିରୋଧ କରି ଆଜି ଭାରତ ବନ୍ଦ ଡ଼ାକରା । ଦେଶର ବିଭିନ୍ନ କୃଷକ ସଂଗଠନଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହିୁପ୍ରରିପେକ୍ଷୀରେ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ବନ୍ଦର ପ୍ରଭାବ ପଡିଛି ।

କୃଷି ବିଲ୍‌କୁ ବିରୋଧ କରି ବନ୍ଦ ଡାକରାର ପ୍ରଭାବ ବଲାଙ୍ଗୀରେ ପଡିଛି । ବିଭିନ୍ନ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ ଓ ପିକେଟିଂ କରାଯାଉଛି । କଂଗ୍ରେସ ମଧ୍ୟ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।  ଅତ୍ୟାବଶ୍ୟକ ସେବା ଛାଡ଼ି ସରକାରୀ ଓ  ବେସରକାରୀ ଅଫିସ ବନ୍ଦ ରହିଛି। ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.