ନୂଆ କୃଷି ଆଇନକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା, ଭୁବନେଶ୍ୱରରେ ୧୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ନିୟୋଜିତ

Published By : Prameya-News7 Bureau | December 08, 2020 IST

ଭୁବନେଶ୍ୱର ୦୮।୧୨: ଆଜି ଭାରତ ବନ୍ଦ , ଏହାର ପ୍ରଭାବ ମଧ୍ୟ ଓଡ଼ିଶାରେ ପଡିଛି । କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଅନେକ କୃଷକ ସଂଗଠନ ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ନେଇ ପ୍ରସ୍ତୁତ ହୋଇଛି କମିଶନରେଟ୍‌ ପୋଲିସ୍‌ ।

{"id":374269,"sizeSlug":"large"}

ବନ୍ଦକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ ଏହାର ଆଖପାଖରେ ୧୫ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ନିୟୋଜିତ କରାଯାଇଛି । ଏହାସହିତ ୧୦୦ ଅଫିସ୍‌ର ମୁତୟନ ରହିବେ ବୋଲି ଡିସିପି ସୂଚନା ଦେଇଛନ୍ତି । ଏହାବ୍ୟତୀତ  ଥାନାରେ ରହିଥିବା ସବୁ ଗାଡି ଓ ପିସିଆର ଭ୍ୟାନ୍‌ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ଆନ୍ଦୋଳନକାରୀମାନେ ଉଗ୍ର ହେବେ ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

{"id":374270,"sizeSlug":"large"}

ଅନ୍ୟପକ୍ଷରେ କିଛି ରାଜନୈତିକ ଦଳ ଚାଷୀଙ୍କ ସହଯୋଗ କରିବାକୁ ଆସୁଛନ୍ତି । ଏଥିପାଇଁ କିଛି ଅଘଟଣା ଘଟିପାରେ । ସେଥିପାଇଁ ଏହା ଉପରେ ପୁଲିସ୍‌ ଅଧିକ ନଜର ଦେଇଛି ।ଆନ୍ଦୋଳନକୁ ନେଇ ଯଦି କୌଣସି ବ୍ୟକ୍ତି କିଛି ସମସ୍ୟାରେ ସମ୍ମୁଖୀନ ନେଉଛନ୍ତି । ତା’ହେଲେ ସେମାନେ  କଣ୍ଟ୍ରୋଲ୍‌ ରୁମ୍‌ କୁ ଫୋନ୍‌ କଲେ ପୋଲିସ୍‌ ସହଯୋଗ କରିବ ବୋଲି କମିଶନର ଡ. ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ବିଭିନ୍ନ ସମ୍ବେଦନଶୀଳ ଛକ ମାଷ୍ଟରକ୍ୟାଣ୍ଟିନ୍‌,      ନାଲ୍‌କୋ, ରସୁଲଗଡ଼, ଖଣ୍ଡଗିରି, ଆଚାର୍ଯ୍ୟବିହାର, ବାଣୀବିହାର ଓ ଜୟଦେବ ବିହାରରେ ଅଧିକ ପୋଲିସ୍‌ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.