ଭଦ୍ରକ ଜିଲ୍ଲାରେ ଭାରତ ବନ୍ଦର ପ୍ରଭାବ, ବିଭିନ୍ନ ସ୍ଥାନରେ ପିକେଟିଂ ଓ ରାସ୍ତାରୋକ

Published By : Prameya-News7 Bureau | December 08, 2020 IST

ଭଦ୍ରକ ୦୮।୧୨ : ଆଜି ଭାରତ ବନ୍ଦ  । କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ଖାସ୍‌ କରି ୧୬ ନମ୍ବର ରାଜପଥର ବନ୍ତ ଛକ, ଚରମ୍ପା, ଧାମନଗର ଛକ ଓ ଭଣ୍ଡାରୀପୋଖରୀ ଠାରେ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଯାହାଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଛି ।

ତେବେ କୃଷକ ସଙ୍ଗଠନଙ୍କ ଏହି ବନ୍ଦ ଡାକରାକୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟ ସମର୍ଥନ କରୁଛନ୍ତି । ଭଦ୍ରକରେ କଂଗ୍ରେସ ଓ ବିଭିନ୍ନ ବାମ ଦଳର କର୍ମୀ ମାନେ ସହର ପରିକ୍ରମା କରିବା ସହ ପିକେଟିଂ କରୁଛନ୍ତି । ବନ୍ଦ ଡାକରାରେ କେବଳ ଅତ୍ୟାବଶ୍ୟକ ଓ ଜରୁରୀ ସେବା ବ୍ୟତୀତ ସହରର ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଚାଷୀ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବନ୍ଦ ଡାକରା ଦିଆଯାଇଥିବାରୁ, ଲୋକମାନେ ଏହି ବନ୍ଦକୁ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.