Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏସସି/ଏସଟି ଆକ୍ଟକୁ ବିରୋଧ କରି ଆଜି ଭାରତ ବନ୍ଦ

6/09/2018 at 11:33 AM

ନୂଆଦିଲ୍ଲୀ ୬|୯: ଏସସି/ଏସଟି ଆକ୍ଟକୁ ବିରୋଧ କରି ଆଜି ଭାରତ ବନ୍ଦ । ସୁପ୍ରିମକୋର୍ଟଙ୍କ ଆଦେଶ ବିରୋଧରେ କେନ୍ଦ୍ର ସରକାର ଦ୍ଵାରା ଅଣାଯାଇଥିବା ଆଇନକୁ କିଛି ସଂଗଠନ ବିରୋଧ କରି ଏହି ବନ୍ଦ ଡାକରା ଦେଇଛନ୍ତି । ତେବେ ବନ୍ଦ ପାଳନ ପୂର୍ବରୁ ଏହାର ପ୍ରଭାବ ବିଶେଷ କରି ମଧ୍ୟପ୍ରଦେଶରେ ଅଧିକ ଦେଖିବାକୁ ମିଳିଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି ମଧ୍ୟ ପ୍ରଦେଶର ବିଭିନ୍ନ ସ୍ଥାନରେ ୧୪୪ ଧାରା ଲଗାଇ ଦିଆଯାଇଛି । ଏହା ସହିତ ବିଭିନ୍ନ ସ୍ଥାନରେ ସ୍କୁଲ କଲେଜକୁ ମଧ୍ୟ ସରକାରଙ୍କ ପକ୍ଷରୁ ବନ୍ଦ କରାଯାଇଛି । ମଧ୍ୟ ପ୍ରଦେଶ ପୋଲିସ ମହାନୀରିକ୍ଷକ ମକରନ୍ଦ ଦେଉସ୍କର କହିଛନ୍ତି ରାଜ୍ୟ ସମସ୍ତ ୫୧ ଜିଲ୍ଲାର ପୋଲିସ ଆରକ୍ଷୀ ଅଧିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଦ୍ଵାରା ଏସସି/ଏସଟି ଆକ୍ଟ ସଂଶୋଧନ କରାଯିବା ବିରୋଧରେ ସବର୍ଣ୍ଣ ସମାଜ, କରଣି ସେନା, ସପାକ୍ସ ଓ ଅନ୍ୟ ସଂଗଠନ ବନ୍ଦ ଡାକରାଦେଇଛନ୍ତି । ଗତ ସପ୍ତାହରୁ ଏହି କାନୁନ ବିରୋଧରେ ମଧ୍ୟ ପ୍ରଦେଶର ଅନେକ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଛି ।

   Related Posts