vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆଜି ‘ଭାରତ ବନ୍ଦ’

10/09/2018 at 8:18 AM

ଭୁବନେଶ୍ବର ୧୦|୯: ଆଜି ଭାରତ ବନ୍ଦ । ତୈଳ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ୧୭ ଟି ରଜନୈତିକ ଦଳ ଏହାକୁ ସମର୍ଥନ ଦେଇଛନ୍ତି । ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ରାସ୍ତାରେ ଗାଡି ମଟର ଚଳଚଳକୁ ମଧ୍ୟ ବନ୍ଦ କରିଛନ୍ତି । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଗାଡିମଟର ଅଟକ ରହିଛି । କଟକ, ଭୁବନେଶ୍ବରରେ ବନ୍ଦର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ବିଭିନ୍ନ ଛକ ମାନଙ୍କରେ ରାସ୍ତାରୋକ କରାଯାଇଛି । ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରେଲଓ୍ବେ ଷ୍ଟେସନଗୁଡିକରେ ଟ୍ରେନ୍ ମଧ୍ୟ ଅଟକ ରଖିଛନ୍ତି ଆନ୍ଦୋଳନକାରୀ ।

ବନ୍ଦ ସମୟରେ ଜରୁରୀକାଳିନ ସେବାକୁ ବାଦ୍ ଦେବା ସହ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନକୁ ଆହ୍ବାନ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଔଷଧ ଦୋକାନ, ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ ଓ କ୍ଷୀର ଗାଡି ଆଦିକୁ ଅଟକାଯିବନାହିଁ ବୋଲି କଂଗ୍ରେସ କହିଛି। ଓଡିଶାରେ ବିଜେଡି ବନ୍ଦକୁ ସିଧା ସଳଖ ସମର୍ଥନ କରିନଥିଲେ ମଧ୍ୟ ନିରବ ରହଛି ।

ସେପଟେ ଭାରତ ବନ୍ଦକୁ ଆଖିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ । ବନ୍ଦ ସମୟରେ କମିଶନରେଟ୍ ପୋଲିସ ଟ୍ବିନ୍ ସିଟିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି । ହିଂସାକାଣ୍ଡ ଘଟାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ଡିସିପି। ବନ୍ଦ ଡାକରାକୁ ନେଇ ରାଜ୍ୟ ପୁଲିସ ପକ୍ଷରୁ କଡା ସୁରକ୍ଷା ବନ୍ଦୋବସ୍ତର ବ୍ୟବସ୍ଥା କରାଯାଇଛି । ପାଖାପାଖି ୨୨୫ ପ୍ଲାଟୁନ୍ ଫୋର୍ସ ସାରା ରାଜ୍ୟରେ ମୁତୟନ କରାଯାଇଛି । ଅତିରିକ୍ତ ପୁଲିସ ଫୋର୍ସ ମଧ୍ୟ ଯୋଗାଇ ଦିଆଯାଇଛି।

   Related Posts