ଆମେରିକା ଆଣ୍ଡ୍ ଭାରତ ସବ୍‌ସେ ଆଚ୍ଛା ଦୋସ୍ତ: ଇଣ୍ଟରଭ୍ୟୁରେ ହିନ୍ଦୀରେ କହିଲେ ଟ୍ରମ୍ପ

Published By : Prameya-News7 Bureau | September 11, 2022 IST

ୱାଶିଂଟନ: ଭାରତ ଓ ଆମେରିକାର ସବୁଠାର ଭଲ ବନ୍ଧୁ ବୋଲି କହିଛନ୍ତି ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର  ଦେଇ ଟ୍ରମ୍ପ ହିନ୍ଦୀରେ କହୁଥିବାର ଶୁଣାଯାଇଛି। ସେ କହିଛନ୍ତି "ଭାରତ ଆଣ୍ଡ ଆମେରିକା ସବ୍‌ସେ ଆଚ୍ଛା ଦୋସ୍ତ।"


ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି। ଆଗକୁ ନିର୍ବାଚନ ଥିବାରୁ ଟ୍ରମ୍ପ ପୁଣିଥରେ ଭାରତ- ଆମେରିକା ସମ୍ପର୍କକୁ ମଝବୁତ କରିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଅନେକ ଥର ଭାରତ ସହ ଥିବା ତାଙ୍କ ସମ୍ପର୍କକୁ ବୟାନ କରିସାରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରେ ରହୁଥିବା ଭାରତୀୟଙ୍କ ସମର୍ଥନ ପାଇବାକୁ ଟ୍ରମ୍ପ ହାଉଡ଼ି ମୋଦୀ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ପ୍ରତି ନିଜର ଭଲପାଇବା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସେଠାକୁ ଯାଇ ଟ୍ରମ୍ପଙ୍କ ସମର୍ଥନରେ ପ୍ରଚାର କରିଥିଲେ।

ହେଲେ ଏବେ ଭାରତ ସମର୍ଥନରେ ଟ୍ରମ୍ପ ଦେଇଥିବା ବୟାନରେ ସେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ଏମିତିରେ ଟ୍ରମ୍ପ ଓ ମୋଦୀଙ୍କର ଭଲ ସମ୍ପର୍କ ବି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.