୮କି.ମି ବୁହାହେଲା ମୃତଦେହ, ରାସ୍ତା ନଥିବାରୁ ଭାରରେ ବୋହିଲେ ପରିବାର
21/02/2020 at 8:32 AM

କଳାହାଣ୍ଡି ୨୧।୦୧: ମୃତଦେହକୁ ପୁଣି ଅସମ୍ମାନ । ରାସ୍ତା ଠିକ୍ ନଥିବାରୁ ୮କିମି ଦୋଳାରେ ବୁହା ହେଲା ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ କାମରେଙ୍ଗ ଗାଣର ଘଟଣା । ମୃତକ ମାନା ମାଝୀ ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ମୋହନଗିରି ହସ୍ପିଟାଲରେ ମୀନା ମାଝୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଶବବାହାକ ଗାଡିକୁ ଡକାଯାଇଥିଲା । କିନ୍ତୁ ରାସ୍ତା ନଥିବାରୁ ଗାଡି ଆସିପାରିନଥିଲା । ଫଳରେ ଅଧାବାଟରେ ରହିଯାଇଥିଲା ଗାଡି । ଯାହାଫଳରେ ପରିବାର ଲୋକ ମୃତଦେହ ୮କିମି ଦୋଳାରେ ବୋହିଆଣିଥିଲେ ।