ଶିମିଳିପାଳ ସୁରକ୍ଷା ଦାବି, ଭଞ୍ଜସେନାର ବିକ୍ଷୋଭ ସହ ରାସ୍ତା ଅବରୋଧ

Published By : Prameya-News7 Bureau | February 09, 2023 IST

ବାରିପଦା ୦୯/୦୨: ଶିମିଳିପାଳ ସୁରକ୍ଷା ଦାବି କରି ରାସ୍ତାକୁ ଓହ୍ଲାଇଛି ଭଞ୍ଜସେନା । ଶିମିଳିପାଳରେ ବନ୍ୟଜନ୍ତୁ ଶିକାର ଥମୁନି, ଶିକାରୀମାନେ ବେଧଡକ ଶିକାର କରୁଥିବା ଅଭିଯୋଗ ହୋଇଛି ।

ଭଞ୍ଜସେନା ପକ୍ଷରୁ ଉଦଳା-ବାରିପଦା ରାଜ୍ୟ ରାଜପଥର କଲେଜ କେନାଲ ଛକ ନିକଟରେ ରାସ୍ତା ଅବରୋଧ କରାଯାଇଛି । ଜାତୀୟ ଉଦ୍ୟାନ ଶିମିଳିପାଳରେ ହାତୀ, ବାଘ ସହିତ ଅନ୍ୟ ବନ୍ୟଜନ୍ତୁ ଶିକାର ଚାଲିଥିବା ବେଳେ ଏହାକୁ ରୋକିବା ଦିଗରେ ବନବିଭାଗ ବିଫଳ ହୋଇଥିବା ଆରୋପ କରିଛି ଭଞ୍ଜସେନା ।

ବିଶେଷକରି ହାତୀ ପୋଡି ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୩ବନ କର୍ମଚାରୀଙ୍କ ସଂପୃକ୍ତି ଶିମିଳିପାଳର ସୁରକ୍ଷା ଦିଗରେ ବନବିଭାଗର କାର୍ଯ୍ୟଧାରାକୁ ସନ୍ଦେହ ଘେରକୁ ଟାଣିଛି । ଶିକାରୀଙ୍କ ଉପରେ ରୋକ ନଲାଗିଲେ ଆଗାମୀ ଦିନରେ ଭଞ୍ଜସେନା ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.