ମଦ ପିଇବାକୁ ଟଙ୍କା ମାଗୁଥିଲା ସ୍ୱାମୀ, ହାଣିଦେଲା ସ୍ତ୍ରୀ

Published By : Prameya-News7 Bureau | December 04, 2023 IST

ଭଞ୍ଜନଗର ୦୪/୧୨: ସାମାନ୍ୟ ଟଙ୍କା ପାଇଁ ମହାଭାରତ । ଧାରୁଆ ଅସ୍ତ୍ରରେ ସ୍ୱାମୀକୁ ହାଣିଲା ସ୍ତ୍ରୀ । ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଛାମୁଣ୍ଡା ଗ୍ରାମରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ତେବେ ଘଟଣା ସ୍ଥଳରେ ସ୍ୱାମୀର ମୃତ୍ୟୁ । ମୃତ ସ୍ୱାମୀ ହେଲେ ଛାମୁଣ୍ଡା ଗାଁ ବାରିସାହିର କପିଳା ବେହେରା ।

ସୂଚନାଥାଉକି, ସ୍ୱାମୀ ସ୍ତ୍ରୀ ଦୁହେଁ ବାହାର ରାଜ୍ୟରେ ରହି ଚା ବଗିଚାରେ କାମ କରୁଥିଲେ । ରବିବାର ଦୁହେଁ ନିଜ ଘରକୁ ଫେରିଥିଲେ । ସ୍ୱାମୀ ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏକ ଧାରୁଆ ଅସ୍ତ୍ରରେ ସ୍ୱାମୀର ମୁଣ୍ଡକୁ ଆକ୍ରମଣ କରିଥିଲା ସ୍ତ୍ରୀ । ଫଳରେ ଘଟଣା ସ୍ଥଳରେ ହିଁ ସ୍ୱାମୀର ମୃତ୍ୟୁ ହୋଇଛି । ଖବରପାଇ ଘଟଣା ସ୍ଥଳରେ ଜଗନ୍ନାଥପ୍ରସାଦ ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ତ୍ରୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ ।

you can also read...

wp:embed {"url":"https://www.prameyanews7.com/bhimvoi-medical-college-medical-student-dies/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bhimvoi-medical-college-medical-student-dies/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.