ମା’ ଗାଲେରୀ ଦଣ୍ଡ କାଳୀଙ୍କ ନାଁର ଚାଲିଛି ଅପପ୍ରଚାର, କମିଟି କଲା ସାବଧାନ
24/05/2022 at 2:49 PM

ଭଞ୍ଜନଗର ୨୪।୦୫: ମା’ ଗାଲେରୀ ଦଣ୍ଡ କାଳୀଙ୍କ ନାଁର ଅପପ୍ରଚାର । ଏପରି କରି ଅର୍ଥ ଉପାର୍ଜନ କରୁଛନ୍ତି କିଛି ଅସାଧୁ ବ୍ୟକ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଏନେଇ ଲୋକଙ୍କୁ ସଚେତନ ରହିବା ପାଇଁ ଗାଲେରୀ ମା ଦଣ୍ଡ କାଳୀ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି ।
ଖବର ଅନୁଯାୟୀ, ଜଗତ ଜନନୀ ମା ଗାଲେରୀ ଦଣ୍ଡକାଳୀଙ୍କ ପ୍ରସିଦ୍ଧି କେଉଁ ଆଭାମାନ କାଳରୁ ରହିଆସିଛି । ସାରା ରାଜ୍ୟରେ ମାଙ୍କ ମହିମା ଅପାର ରହିଛି । ମାନସିକ ଧାରୀମାନେ ମାଙ୍କ ସାନିଧ୍ୟ ଲାଭ କରିବା ପାଇଁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡିଥାଏ । କିନ୍ତୁ ଏବେ କିଛି ଅସାଧୁ ବ୍ୟକ୍ତି ମାଙ୍କ ନାଁରେ ଅପପ୍ରଚାର କରି ଅର୍ଥ ଉପାର୍ଜନ କରୁଥିବାର ନଜର ଆସିଛି । ଏପିରିକି ମାଙ୍କ ଆଜ୍ଞାମାଳ, ଝୁଲ ବାଡି, ବାନା ଆଦି ଆଣୁଛି କହି ଦଣ୍ଡ ନାଚ କରୁଛନ୍ତି । ଯାହାକି ମାଙ୍କ ଐତିହ୍ୟ , ଗଣପର୍ବର ପରମ୍ପରାକୁ କୁଠାର ଘାତ କରୁଛି । ତେଣୁ ଏସବୁ ଠାରୁ ଦୂରରେ ରହିବା ପାଇଁ ପାଇଁ ଦଣ୍ଡ କାଳୀ କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ଜନସାଧାରଣଙ୍କୁ ସଚେତନ ରହିବା ସହ ଏହି ଅସାଧୁ ଲୋକଙ୍କ କଥାରେ ବିଶ୍ୱାସ ନକରିବାକୁ କୁହାଯାଇଛି । ଯଦି କେହି ଏମିତି କରେ ତେବେ କମିଟି ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ।