ଘରୁ ଡାକି ନେଇ ହତ୍ୟା ! ଅମର ମୃତ, ଶିବାରମ ଗୁରୁତର

Published By : Prameya-News7 Bureau | December 14, 2022 IST

ଭଞ୍ଜନଗର ୧୪।୧୨ : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଖାରୀଗୁଡା ଗାଁରେ ଘରୁ ଡାକି ନେଇ ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି l ମୃତକ ଜଣକ ହେଲେ ଅମର ରାଉତ, ଆହତ ଜଣଙ୍କ ହେଲେ ଶିବରାମ ପ୍ରଧାନ l

ଖବର ଅନୁଯାୟୀ, ଅମର ରାଉତ ଓ ଶିବରାମ ପ୍ରଧାନ ଘରେ ଥିବା ବେଳେ ମଙ୍ଗଳବାର ରାତିରେ ଗାଁର କିଛି ବ୍ୟକ୍ତି ଡ଼ାକିନେଇ ନିକଟରେ ଥିବା ଖାରୀଗୁଡା ଗାଁ ରାସ୍ତାରେ ସଂଘବଦ୍ଧ ଆକ୍ରମଣ କରି ଥିଲେ l ଖବର ପାଇ ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ଭଞ୍ଜନଗର ମେଡିକାଲକୁ ନେଇଥିଲେ । ଚିକିତ୍ସିତ ଅବସ୍ଥାରେ ଅମର ମୃତ୍ୟୁବରଣ କରିଥିବା ବେଳେ ଶିବରାମଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଗାଙ୍ଗପୁର ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.