ଜଙ୍ଗଲରୁ ମିଳିଲା ଦନ୍ତା ହାତୀର ମୃତଦେହ, ବନବିଭାଗ ଖୋଜୁଛି କାରଣ
19/01/2023 at 2:56 PM

ଭଞ୍ଜନଗର ୧୯।୦୧ : ପୁଣି ଏକ ଦନ୍ତା ହାତୀର ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରେଞ୍ଜର ମାଣପୁର ଗାଁ ନିକଟ ଜଙ୍ଗଲରୁ ଠାବ ହୋଇଛି ହାତୀର ମୃତଦେହ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଖବର ଅନୁଯାୟୀ, ଗତକିଛି ଦିନ ହେଲା ଦନ୍ତା ହାତୀଟି ଏକୁଟିଆ ଏହି ଅଞ୍ଚଳରେ ଘୁରି ବୁଲୁଥିଲା । ବନ କର୍ମଚାରୀ ହାତୀଟିକୁ ଟ୍ରାକିଙ୍ଗ କରୁଥିଲେ । ତେବେ ଏହା ସତ୍ବେ ହାତୀର କିଭଳି ମୃତ୍ୟୁ ଘଟିଲା ତାକୁ ନେଇ ଉଠିଛି ପ୍ରଶ୍ନ । ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି ଶିକାରୀ ବିଛାଇଥିବା ବିଦ୍ୟୁତ ତାରରେ ଲାଗି ହାତୀର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ବନ କର୍ମଚାରୀ ପହଂଚି ତଦନ୍ତ କରିଛନ୍ତି l