ଭୁବନେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ସିବିଆଇ ଗିରଫ କରିଥିବା ରେଲଓ୍ଵର ୩ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ତିନି ଜଣଙ୍କ ବିରୋଧରେ ଉଦ୍ଦେଶ୍ୟହୀନ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ପରି ସଙ୍ଗୀନ ଅଭିଯୋଗ ଲାଗିଛି। ତିନି କର୍ମଚାରୀ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମା ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଜୁଲାଇ ମାସରେ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୪(୨), ୩୪ ଆଧାରରେ ଓ ୧୯୮୯ ରେଲଓ୍ଵେ ଆକ୍ଟ ୧୫୩ ଆଧାରରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ଛାତିଥରା ଟ୍ରେନ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ।
ରେଳ ବିଭାଗ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଥିଲା ଯେ, ବାହାନଗା ଟ୍ରେନ୍ ଟ୍ରାଜେଡି ମନୁଷ୍ୟକୃତ ନୁହେଁ । ବୈଷୟିକ ତ୍ରୁଟି ପାଇଁ ହୋଇଥିଲା ଦୁର୍ଘଟଣା । ତ୍ରୁଟିପୂର୍ଣ୍ଣ ସିଗନାଲ ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା । ରେଳ ବିଭାଗର ଅନ୍ତରୀଣ ତଦନ୍ତ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଛି । ଯେଉଁଥିରେ ଏଥିରେ ସିଗନାଲିଂ ସର୍କିଟରେ ଅଦଳ ବଦଳ ପାଇଁ ଏଡ଼େ ବଡ଼ ଦୁର୍ଘଟଣା ଘଟିଥିବା ଦର୍ଶାଯାଇଥିଲା।
wp:heading {"level":4}ଅଧିକ ପଢନ୍ତୁ- ବାହାନଗା ଦୁର୍ଘଟଣାକୁ ବିତିଗଲାଣି ଦୁଇମାସ, ଏବେବି AIIMSରେ ପରିଚୟ ଖୋଜୁଛି ୨୯ ମୃତଦେହ
/wp:headingଲେଭେଲ କ୍ରିସିଂ ଗେଟ୍ ନମ୍ବର ୯୪ ର ଇଲେକ୍ଟ୍ରିଂ ଲିଫ୍ଟିଙ୍ଗ ବ୍ୟାରିୟର ବଦଳ ବେଳେ ଏହି ତ୍ରୁଟି ହୋଇଥିଲା । ଏହା ଯୋଗୁଁ କରମଣ୍ଡଳ ଏକ୍ସପ୍ରେସକୁ ତ୍ରୁଟିପୂର୍ଣ୍ଣ ସିଗନାଲ ମିଳିଥିଲା । ୨୦୧୫ ଓ ୨୦୧୮ ମସିହାରୁ ଏହି ବ୍ୟବସ୍ଥାର ଅପଗ୍ରେଡ୍ କାର୍ଯ୍ୟ ଜାରି ରହିଥିଲା । ରିପୋର୍ଟ ଅନୁସାରେ ସ୍କେଚ୍ ଓ ହୋଇଥିବା କାମ ମଧ୍ୟରେ ତାଳମେଳ ନଥିଲା । ଏହାକୁ କୌଣସି ବରିଷ୍ଠ ଅଧିକାରୀ ମଧ୍ୟ ତଦାରଖ କରିନଥିଲେ ।

ତଳିଆ କର୍ମଚାରୀଙ୍କ ସବୁ କିଛି ଛାଡ଼ି ଦେଇ ବେଫିକର ବସିଥିଲେ ରେଳ ବିଭାଗର ବଡ଼ ବାବୁମାନେ । ପୂର୍ବରୁ ଖଡ଼ଗପୁରରେ ଏଭଳି ତ୍ରୁଟି ସାମ୍ନାକୁ ଆସିଥିଲେ ମଧ୍ୟ ବାହାନଗା କ୍ଷେତ୍ରରେ କୌଣସି ଗୁରୁତ୍ବ ଦିଆଯାଇନଥିଲା । ରିପୋର୍ଟ ଅନୁସାରେ ସିଗନାଲିଂ ସୁଇଚ୍ ଅନ୍ କଲେ ଏହା କାର୍ଯ୍ୟକ୍ଷମ ହେବା ପାଇଁ ୭ରୁ ୧୫ ସେକେଣ୍ଡ ସମୟ ନେଇଥାଏ ।
wp:heading {"level":4}ଅଧିକ ପଢନ୍ତୁ- ବାହାନଗା ଟ୍ରେନ୍ ଟ୍ରାଜେଡି; ସଂସଦରେ କାରଣ କହିଲେ ସରକାର, ସିଗନାଲିଂ-ସର୍କିଟ୍ ତ୍ରୁଟି ପାଇଁ ଘଟିଲା ଦୁର୍ଘଟଣା
/wp:headingସେଦିନ କିନ୍ତୁ କରମଣ୍ଡଳ ଆସିବା ପୂର୍ବରୁ ସିଗନାଲ ସୁଇଚ୍ ଅନ୍ ହେବାର ୩୯ ସେକେଣ୍ଡ ପରେ ଲାଇଟ୍ ଜଳିଥିଲା । ସେହିଭଳି ଦୁର୍ଘଟଣାର କିଛି ସମୟ ପୂର୍ବରୁ ସୁଇଚ୍ ଟିପିବାର ୭ସେକେଣ୍ଡ ପୂର୍ବରୁ ଜଳିଥିଲା ଲାଇଟ୍ । ଅର୍ଥାତ୍ ଅସ୍ବାବିକତାକୁ ଦେଖି ପାରିନଥିଲେ ରେଲଓ୍ବେ ଅଧିକାରୀ । ଏ ସମସ୍ତ ତଥ୍ୟ ଟ୍ରେନ୍ ରେ ଥିବା ଡାଟା ଲଗରରେ ରେକର୍ଡ଼ ହୋଇଛି । ପ୍ଲେନ୍ ରେ ଯେଭଳି ବ୍ଲାକ ବକ୍ସ ଥାଏ ସେହିଭଳି ଟ୍ରେନ୍ ରେ ଥାଏ ଡାଟା ଲଗର । ଯେଉଁଥିରେ ସମସ୍ତ ତଥ୍ୟ ରେକର୍ଡ଼ ହୋଇଥାଏ । ଯେକୌଣସି ଦୁର୍ଘଟଣାରେ ଅକ୍ଷତ ଅବସ୍ଥାରେ ରହିଥାଏ ଏହି ଡାଟା ଲଗର ।
ସିଗନାଲିଂରେ ତ୍ରୁଟି ଯୋଗୁ ଅପ୍ ମେନ ଲାଇନର ସବୁତକ ସିଗନାଲ ଗ୍ରୀନ ହୋଇଯାଇଥିଲା। ଫଳରେ ଅପ ମେନ ଲାଇନରୁ ଅପ ଲୁପ୍ ଲାଇନକୁ ଥିବା କ୍ରସ ଓଭର କନେକ୍ସନ ଅପ ଲୁପ ଲାଇନକୁ ଚାଲିଯାଇଥିଲା। ତେଣୁ ଲୁପଲାଇନରେ କରମଣ୍ଡଳ ଏକ୍ସପ୍ରେସ ଯାଇଥିଲା। ତ୍ରୁଟି ପୂର୍ଣ୍ଣ ସିଗନାଲ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି ତଦନ୍ତ ରିପୋର୍ଟରେ ସ୍ପଷ୍ଟ ହୋଇଛି ।