Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

୬୦ ଲକ୍ଷ ଟଙ୍କାର ଭାଙ୍ଗ ଜବତ, ଦୁଇ ଗିରଫ

12/10/2022 at 12:00 PM

କଟକ ୧୨।୧୦ : ୬୦ ଲକ୍ଷ ଟଙ୍କାର ଭାଙ୍ଗ ଜବତ । ଏହାସହତ ୨ ଜଣଙ୍କୁ ଗିରଫ କରିଛି କଟକ ଜିଲ୍ଲା ଅବକାରୀ ମୋବାଇଲ୍‌ ୟୁନିଟ୍‌ । ଗିରଫ ଦୁଇଜଣ ବିହାରର ଅଶୋକ ପାଶଓ୍ୱାନ ଓ ଯୋଗେନ୍ଦ୍ର ପାଶଓ୍ୱାନ୍‌ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଏକ କଣ୍ଟେନରେ ଭାଙ୍ଗ ଚୋରା ଚାଲାଣ ହେଉଥିଲା । ବିହାରରୁ ଚୋରାରେ ଭୁବନେଶ୍ୱର ଅଣାଯାଉଥିଲା ଭାଙ୍ଗ । ଯାହାର ଗୁଇନ୍ଦା ସୂଚନା ପାଇଥିଲା କଟକ ଜିଲ୍ଲା ଅବକାରୀ ମୋବାଇଲ୍‌ ୟୁନିଟ୍‌ । ଏହାପରେ କଟକ ଟାଙ୍ଗୀ ନିକଟରୁ ଭାଙ୍ଗ ଭର୍ତ୍ତି କଣ୍ଟେନରକୁ ଜବତ କରିଥିଲା ଅବକାରୀ ବିଭାଗ । ଏଥିରେ ପ୍ରାୟ ୬୦ ଲକ୍ଷ ଟଙ୍କାର ଭାଙ୍ଗ ଥିବା ଜଣାପଡିଛି । ଏହାସହିତ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

ତେବେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଖୋଲତାଡ଼ ଚାଲିଛି । ତଦନ୍ତ ପରେ ସତ ପଦାକୁ ଆସିବ ବୋଲି ଜଣାପଡିଛି ।

   Related Posts