ବାହାନଗା ଟ୍ରାଜେଡ଼ି: ଭର୍ତ୍ତି ହୋଇଥିଲେ ୧୨୦୭, ଡିସଚାର୍ଜ ହେଲେଣି ୧୦୦୯, ବିନା ଯାଞ୍ଚରେ ମୃତଦେହ ହସ୍ତାନ୍ତର ମନା

Published By : Prameya-News7 Bureau | June 05, 2023 IST

ଭୁବନେଶ୍ଵର: ବାଲେଶ୍ଵରର ବାହାନଗାରେ ଘଟିଥିବା ହୃଦୟ ବିଦାରକ ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦୦ରୁ ଅଧିକ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଉକ୍ତ ରୁଟ୍‌ରେ ଟ୍ରେନ ଚଳାଚଳ ସ୍ଵାଭାବିକ ହେବାରେ ଲାଗିଛି। ଅନ୍ୟପଟେ ମୃତଦେହ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଜୋରସୋରରେ ଚାଲିଛି। ଏହି ଦୁର୍ଘଟଣାରେ ସରକାରୀ ହସ୍ପିଟାଲ୍ ଏବଂ ଘରୋଇ ହସ୍ପିଟାଲ୍‌ରେ ମୋଟ୍ ୧୨୦୭ ଜଣଙ୍କ ଚିକିତ୍ସା କରାଯାଇଛି। ସେଥିରୁ ୧୦୦୯ ଜଣ ଡିସଚାର୍ଜ ହୋଇ ସାରିଛନ୍ତି। ଏ ନେଇ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ଟୁଇଟ୍ କରି ସୂଚନା ଦିଆଯାଇଛି।

ଭୁବନେଶ୍ଵରର କ୍ୟାପିଟାଲ୍, ଏମ୍ସ, ସମ୍, ଆମ୍ରି ଏବଂ କିମ୍ସ ହସ୍ପିଟାଲ୍‌ରେ ମୃତଦେହ ରଖାଯାଇ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ତେବେ ବିନା ଯାଞ୍ଚରେ ଶବ ହସ୍ତାନ୍ତର କରାଯିବ ନାହିଁ। ଏମ୍ସକୁ ଆସିଥିବା ମୃତକଙ୍କ ଡିଏନଏ ସାମ୍ପୁଲ ସଂରକ୍ଷିତ ରଖାଯାଇଛି। ଜଣେ ମୃତକଙ୍କ ପାଇଁ ଏକାଧିକ ଦାବିଦାର ଆସୁଥିବାରୁ ବିନା ଯାଞ୍ଚରେ ପରିବାର ଲୋକଙ୍କୁ ମୃତଦେହ ଦିଆଯିବ ନାହିଁ। ଆମ ପାଖରେ ନିଖୋଜ ବ୍ୟକ୍ତିଙ୍କ ତଥ୍ୟ ନାହିଁ,  ତଥାପି ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Train accident: Unclaimed dead bodies create space problems in Odisha's  morgues - The Economic Times

ସୂଚନାଯୋଗ୍ୟ, ୩ଟି ଓ୍ଵେବସାଇଟରେ ମୃତକଙ୍କ ଫଟୋ ଅପଲୋଡ୍ କରାଯାଇଛି। ଓ୍ଵେବସାଇଟ୍ ହେଉଛି www.osda.orgwww.srcodisha.nic.inwww.bmc.gov.in। ଚିହ୍ନଟ ପ୍ରକ୍ରିୟାର କୋର୍ଡିନେଟ୍ ପାଇଁ ଏକ ଟିମ୍ ଗଠନ କରାଯାଇଛି। କ୍ୟାପିଟାଲ୍ ହସ୍ପିଟାଲ୍, ଆମ୍ରି, ସମ୍ ଏବଂ କିମ୍ସରେ ମୃତଦେହ ରଖାଯାଇଛି। ପ୍ରତି ହସ୍ପିଟାଲରେ ବିଏମସି ନୋଡାଲ ଅଫିସର ନିଯୁକ୍ତ କରାଯାଇଛି। ଦେଶ ଏବଂ ରାଜ୍ୟ ପାଇଁ ୨ଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ଦେଶ ପାଇଁ ଟୋଲ ଫ୍ରି ନମ୍ବର ହେଉଛି ୧୮୦୦୩୪୫୦୦୬୧ ଏବଂ ରାଜ୍ୟ ଭିତର ଟୋଲ୍ ଫ୍ରି ନମ୍ବର ହେଉଛି ୧୯୨୯। ମୃତଦେହ ପଠାଇବାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- କ’ଣ ଏହି ‘କବଚ’ ସିଷ୍ଟମ ? ଏଡାଇ ପାରିଥାନ୍ତା କି ଦୁର୍ଘଟଣା ?

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.