ବାପା ହେବାକୁ ଯାଉଛନ୍ତି ବାହୁବଲୀର ଭଲ୍ଲାଲ୍‌ଦେବ ! ଖୁବ୍‌ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ଗୁଡ୍‌ ନ୍ୟୁଜ୍‌

Published By : Prameya-News7 Bureau | October 27, 2022 IST

ମୁମ୍ଵାଇ ୨୭।୧୦: ବାହୁବଲୀରେ ଭଲ୍ଲାଲ୍‌ଦେବ ଭୂମିକାରେ ଅଭିନୟ କରୁଥିବା ଅଭିନେତା ରାଣା ଡଗଗୁବତୀଙ୍କୁ ନେଇ ଖୁସି ଖବର ଆସିଛି। ରିପୋର୍ଟ ଅନୁଯାୟୀ କୁହାଯାଉଛି କି ଦୁହେଁ ଏବେ ପିତାମାତା ହେବାକୁ ଯାଉଛନ୍ତି। ହେଲେ ଏହାକୁ ନେଇ ବର୍ତ୍ତମାନ ଦୁହେଁ କୌଣସି ଅଫିସିଆଲ ଆନାଉନ୍ସ କରି ନାହାନ୍ତି। ଏହି ଷ୍ଟାର ଦମ୍ପତିଙ୍କ ବିବାହକୁ ଦୁଇ ବର୍ଷ ବିତିଗଲାଣି। ପୂର୍ବରୁ ମଧ୍ୟ ଏହି ପ୍ରକାରର କଳ୍ପନାଜଳ୍ପନା କରାଯାଇ ସାରିଛି। ସୂଚନାନୁସାରେ, ଏହି ଦମ୍ପତି ଖୁବ୍ ଶୀଘ୍ର ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିପାରନ୍ତି।

ରାଣା ୨୦୨୦ ମସିହାରେ ଏକ ବ୍ୟକ୍ତିଗତ ସମାରୋହରେ ମିହିକା ବଜାଜଙ୍କୁ ବିବାହ କରିଥିଲେ। ଯେଉଁଥିରେ କେବଳ ପରିବାର ଏବଂ ଘନିଷ୍ଠ ବ୍ୟକ୍ତି ଉପସ୍ଥିତ ଥିଲେ । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍‌ କରିଥିଲେ। ପରେ ବିବାହ କରିଥିଲେ। ବର୍ତ୍ତମାନ, ପ୍ରଶଂସକମାନେ ଉତ୍ସାହର ସହିତ ମିହିକା ଏବଂ ରାଣାଙ୍କ ଅଫିସିଆଲ୍ ଷ୍ଟେଟମେଣ୍ଟକୁ ଅପେକ୍ଷା କରିଛନ୍ତି ।

ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅଭିନେତା ରାଣା ଡଗଗୁବତୀଙ୍କ ହାତରେ ଅନେକ ପ୍ରୋଜେକ୍ଟ ଅଛି । ରିପୋର୍ଟ ଅନୁଯାୟୀ, ସେ ଦୁଇଟି ଚଳଚ୍ଚିତ୍ରରେ କାମ କରୁଛନ୍ତି । ଏହା ବ୍ୟତୀତ ରାଣାଙ୍କୁ ଡକ୍ୟୁମେଣ୍ଟାରୀ ଧାରାବାହିକର 'ଦି ଜର୍ନି ଅଫ୍ ଇଣ୍ଡିଆ'ର ପାର୍ଟ-୨ରେ ଦେଖିବାକୁ ମିଳିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.