ପଦ ଛାଡିଲେ ଭକ୍ତ ଦାସ, ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ ଏପରି ନିଷ୍ପତ୍ତି

Published By : Prameya-News7 Bureau | June 10, 2024 IST

ଭୁବନେଶ୍ୱର ୧୦।୦୬ : ନିର୍ବାଚନୀ ସାଇଡ୍‌ ଇଫେକ୍ଟ । ପରାଜୟ ପରେ ପଦ ଛାଡୁଛନ୍ତି ହେଭିଓ୍ୱେଟ୍‌ । ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି ବରିଷ୍ଠ ନେତା ଭକ୍ତ ଦାସ । ଏଆଇସିସି ସଭାପତିଙ୍କ ନିକଟକୁ ପଠାଇଲେ ନିଜର ଇସ୍ତଫା ପତ୍ର । 

ଖବର ଅନୁଯାୟୀ, ସରିଛି ୨୦୨୪ ସାଧାରଣ ନିର୍ବାଚନ । ଓଡିଶାରେ ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନରେ କଂଗ୍ରେସ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ । ୨୦୨୪ ନିର୍ବାଚନରେ ମାତ୍ର ଜଣେ ସାଂସଦ ଏବଂ ୧୪ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ଦଳ ଅଧିକରୁ ଅଧିକ ସିଟ୍‌ ଜିତିବ ବୋଲି ଦାବି କରୁଆସୁଥିଲା । ହେଲେ ଏହି ପ୍ରଚାରରେ ସଫଳ ହୋଇନଥିଲା କଂଗ୍ରେସ । ପୂର୍ବ ନିର୍ବାଚନ ଅପେକ୍ଷା ବିଧାନସଭାରେ ଦଳର ସିଟ୍‌ ସଂଖ୍ୟା ବଢିଛି  ଏବଂ ନିର୍ବାଚନରେ ଭୋଟ ପ୍ରତିଶତ ବଢିଛି । ହେଲେ ଅଧିକ ସିଟ୍‌ ଜିତିବାରେ ସକ୍ଷମ ହୋଇନଥିଲା ଦଳ । 

ତେବେ ନିର୍ବାଚନ ପରେ ଆରମ୍ଭ ହୋଇଛି ପଦପଦବୀ ଛାଡିବା ନୀତି । ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି ବରିଷ୍ଠ ନେତା ଭକ୍ତ ଦାସ । ଏନେଇ ସେ ଏକ ଚିଠି ଜରିଆରେ ଏଆଇସିସି ସଭାପତିଙ୍କୁ ଜଣାଇଛି । ୨୨ ମାର୍ଚ୍ଚ ୨୦୨୪ରେ ଦଳ ଦେଇଥିବା ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି ଭକ୍ତ ଦାସ । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.