କରୋନା ଭାଇରସ୍ ଉପରେ ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍, ମଜା ଉଠାଉଛନ୍ତି ଲୋକ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫।୩: କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ବ ଆତଙ୍କିତ ଅବସ୍ଥାରେ ରହିଛି । ଭାରତରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଏଡାଇବା ପାଇଁ ସରକାର ସମସ୍ତ ପ୍ରକାର ଚେଷ୍ଟା ଚଳାଇଛନ୍ତି । ଏହି ସମୟରେ, କରୋନା ଭାଇରସ୍ ଉପରେ ଏକ ଭଜନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏହାକୁ ଶୁଣି ହସୁଛନ୍ତି। ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ କରୋନା ଭାଇରସ୍ ସହ ଜଡିତ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ନୂଆଦିଲ୍ଲୀର ପହାଡଗଞ୍ଜରେ ହୋଲି କାର୍ଯ୍ୟକ୍ରମ ସମୟରେ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲ କରୋନା ଭାଇରସ୍ ନେଇ ଏକ ଭଜନ ଗାଇଥିଲେ । ଯାହା ଏବେ ଭାଇରାଲ୍ ହେଉଛି। ମାର୍ଚ୍ଚ ୯ ତାରିଖରେ, ଏକ 'ହୋଲି କେ ରଙ୍ଗ ମା ଝଣ୍ଡେୱାଲି କେ ସଙ୍ଗ୍' କାର୍ଯ୍ୟକ୍ରମ ହୋଇଥିଲା । ଯେଉଁଥିରେ ସେ କରୋନା ଭାଇରସ୍ ସହ ଜଡିତ ଏକ ଭଜନ ଗାଇଥିଲେ।

ଏହି ଭିଡିଓଟି ହାସ୍ୟ ଅଭିନେତା ଏବଂ ଲେଖିକା ମଲ୍ଲିକା ଦୁଆଙ୍କ ଦ୍ବାରା ସେୟାର କରାଯାଇଛି । ଏହି ଭିଡିଓ କ୍ଲିପ୍‌ରେ ନରେନ୍ଦ୍ର ଚଞ୍ଚଲଙ୍କ ଗୀତ ଶୁଣିବାକୁ ମିଳୁଛି । ଏହି ଭିଡିଓରେ ଏକ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ସମାଗମ ହୋଇଥିବା ବହୁ ଲୋକ ନରେନ୍ଦ୍ର ଚଞ୍ଚଲଙ୍କ ଶବ୍ଦର ପୁନରାବୃତ୍ତି କରୁଥିବା ଦେଖିବାକୁ ମିଳିଛି | ଯେହେତୁ ଭାରତରେ ଲୋକ କରୋନା ସଂକ୍ରମିତ ହେଉଛନ୍ତି ସରକାର ଏଭଳି ବଡ ସମାବେଶ ଏଡାଇବାକୁ ପରାମର୍ଶ ଦେଇଛନ୍ତି।

କରୋନା ଭାଇରସ୍ ର ଏହି ଭଜନ ଇଣ୍ଟରନେଟରେ ମଜା କରିବାର ଆଉ ଏକ ବାହାନା ଦେଇଛି | ବିଭିନ୍ନ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ସେୟାର କରୁଛନ୍ତି ଏବଂ ମଜା ଉଠାଉଛନ୍ତି ।

wp:html
View this post on Instagram

Jagrata is better than cure ?????

A post shared by M A L L I K A D U A (@mallikadua) on

/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.