ପାଇଖାନା ତିଆରିକୁ ନେଇ ଉଗ୍ର ହେଲା ବିବାଦ, ଭାଇକୁ ଲୁହା ରଡରେ ଆକ୍ରମଣ କଲା ଭାଇ

Published By : Prameya-News7 Bureau | May 26, 2023 IST

ଭଦ୍ରକ ୨୬/୦୫: ଜମି ଭାଗ ନକରି ପାଇଖାନା ତିଆରିକୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ । ଦୁଇ ଜଣ ମେଡିକାଲରେ ଭର୍ତ୍ତି । ଲୁହା ରଡ଼ରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଭଦ୍ରକ ଜିଲ୍ଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବେଲମଳା ଗାଁରେ ଏମିତି ଘଟଣା ଘଟିଛି । ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ କାଶୀନାଥ ଓ ତାଙ୍କ ଭାଇଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା । ଜମିବାଡ଼ି ଭାଗବଣ୍ଟାକୁ ନେଇ ଲାଗିଥିବା ବିବାଦ ଉଗ୍ର ରୂପ ନେଇଛି । ଅପରପକ୍ଷ ପାଇଖାନା ତିଆରି କରୁଥିବା ବେଳେ କାଶୀନାଥଙ୍କ ପରିବାର ବିରୋଧ କରିଥିଲେ ।

ଫଳରେ ଭାଇଙ୍କ ପରିବାର ଲୋକେ କାଶୀନାଥଙ୍କ ସ୍ତ୍ରୀଙ୍କୁ ରଡ଼ରେ ଆକ୍ରମଣ କରିଥିଲେ । କାଶୀନାଥ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଉଭୟ ଏବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.