ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ପ୍ରେମ ବିବାହକୁ ବିରୋଧ କରି ଭାଇକୁ ପୋଡି ମାରିବାକୁ ଉଦ୍ୟମ ମାମଲା, ଭାଇ-ଭାଉଜଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

26/08/2022 at 3:40 PM

ନୀଳଗିରି ୨୬।୮: ବାଲେଶ୍ଵର ଜିଲ୍ଲା ନୀଳଗିରି ସହକାରୀ ଦୌରା ଜଜଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ସାନ ଭାଇକୁ ପୋଡି ମାରିବା ଉଦ୍ୟମ ଘଟଣାରେ ବଡ଼ ଭାଇ ଓ ଭାଉଜଙ୍କୁ ୧୦ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ନୀଳଗିରି ଥାନା ଅଧିନ ମିରିଗିଣି ଗ୍ରାମର ୨୦୧୬ ମସିହା ମେ’ ମାସ ୨୩ ତାରିଖରେ ଆସିଥିଲା ଏକ ସଙ୍ଗୀନ ଅଭିଯୋଗ ।ଏହି ଗ୍ରାମର ଶିଶିର ଜେନା ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିବାକୁ ଚାହୁଁଥିଲେ ।ହେଲେ ତାଙ୍କର ଭାଉଜ ବନସ୍ମିତା ତୀବ୍ର ବିରୋଧ କରିଥିଲେ ।ତାଙ୍କ ସ୍ବାମୀ କାର୍ତ୍ତିକଙ୍କୁ ମିଛରେ ଅନେକ କଥା କହି ଦିଅରଙ୍କୁ ନିର୍ଯାତନା ଦେଉଥିଲେ ।ଦିନେ ଶିଶିର ଘରେ ଶୋଇଥିବା ବେଳେ କିଛି ତରଳ ପଦାର୍ଥ ଢାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଉଭୟ ଦମ୍ପତ୍ତି । ଶିଶିରଙ୍କୁ ଗୁରୁତର ଭାବେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକତ୍ସା କରାଯାଇଥିଲା । ହେଲେ ତାଙ୍କର ଘା ନଶୁଖିବାରୁ ବହୁ ଦିନ ଧରି କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇ ଜୀବନ ମରଣ ସହ ସଂଗ୍ରାମ କରିଥିଲେ । ପରେ ତାଙ୍କର ଦୁଇଟି ଗୋଡ଼ କଟାଯିବାରୁ ସେ ସବୁଦିନ ପାଇଁ ପଙ୍ଗୁ ହୋଇଯାଇଥିଲେ । ଏନେଇ ତାଙ୍କର ଅନ୍ୟ ଜଣେ ଭାଇ ଥାନାରେ ଅଭିଯୋଗ କରିଥିଲେ । ପରେ କୋର୍ଟକୁ ଚାର୍ଟସିଟ ଦାଖଲ କରାଯିବା ପରେ ୧୯ଜଣ ସାକ୍ଷୀକୁ ନେଇ କୋର୍ଟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ।ଏହି କେଶକୁ ସରକାରଙ୍କ ତରଫରୁ ଅତିରିକ୍ତ ପିପି ଅମରେନ୍ଦ୍ର ପଟ୍ଟନାୟକ ମୋକଦ୍ଦମା ପରିଚାଳନା କରୁଥିଲେ ।

   Related Posts