oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ମୁଖ୍ୟମନ୍ତ୍ରୀ ପଦର ଶପଥ ପୂର୍ବରୁ ଆକ୍ସନ ମୋଡରେ ଭଗଓ୍ଵନ୍ତ ମାନ, ସୁରକ୍ଷା ହରାଇଲେ ପଞ୍ଜାବର ୧୨୨ ନେତା

12/03/2022 at 6:00 PM

ଚଣ୍ଡିଗଡ ୧୨।୦୩: ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ ପୂର୍ବରୁ ଆକ୍ସନ ମୋଡରେ ଆମ୍ ଆଦମୀ ପାର୍ଟିର ନେତା ଭଗଓ୍ଵନ୍ତ ମାନ। ତାଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ଅନେକ ଭିଭିଆଇପି ଏବଂ ବଡ ନେତାଙ୍କ ସରକାରୀ ସୁରକ୍ଷା ହ୍ରାସ କରିଛନ୍ତି। ଏଥିରୁ ସ୍ପଷ୍ଟ ସଙ୍କେତ ମିଳିଯାଇଛି ଯେ, ଆଗାମୀ ଦିନରେ ରାଜ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ଶନିବାର ପଞ୍ଜାବର ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ ଏବଂ ଅନେକ ଭିଭିଆଇପିଙ୍କଠୁ ସୁରକ୍ଷା ପ୍ରତ୍ୟାହାର କରିବାକୁ ଅର୍ଡର ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶରେ କେବଳ ବାଦଲ ପରିବାରଙ୍କ ସୁରକ୍ଷା ଜାରି ରଖାଯାଇଛି। ଏହା ବ୍ୟତୀତ କ୍ୟାପଟେନ୍ ଅମରିନ୍ଦର ସିଂହ ଏବଂ ଚରଣଜିତ ସିଂହ ଚନ୍ନିଙ୍କ ପରି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତ କଂଗ୍ରେସ ଏବଂ ଅକାଳି ଦଳର ବଡ ନେତାଙ୍କ ସୁରକ୍ଷା ହ୍ରାସ କରାଯାଇଛି। ଏପରିକି ଅନେକ ପୂର୍ବତନ ବିଧାୟକଙ୍କ ସୁରକ୍ଷା ପ୍ରତ୍ୟାହାର କରାଯାଇଛି। ଫଳରେ ରାଜ୍ୟରେ ୧୨୨ ନେତା ସୁରକ୍ଷା ହରାଇଛନ୍ତି।

ଏହା ପୂର୍ବରୁ ପଞ୍ଜାବର ହେବାକୁ ଥିବା ନୂତନ ମୁଖ୍ୟମନ୍ତ୍ରୀ  ଭଗଓ୍ଵନ୍ତ ମାନ ବେଣୁ ପ୍ରସାଦଙ୍କୁ ରାଜ୍ୟର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଛନ୍ତି। ବେଣୁ ପ୍ରସାଦ୧୯୯୧ ବ୍ୟାଚର ଆଇଏଏସ। ସୂଚନାଯୋଗ୍ୟ, ଆପ୍ ନେତା ଭଗବନ୍ତ ମାନ ମାର୍ଚ୍ଚ ୧୬ରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଏହି ସମୟରେ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେବେ।

   Related Posts