Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ବିବାହ ବନ୍ଧନରେ ବାନ୍ଧି ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଚଣ୍ଡିଗଡ଼ରେ ଡ଼. ଗୁରପ୍ରୀତି କୌରଙ୍କ ଧରିବେ ହାତ

6/07/2022 at 2:04 PM

ଚଣ୍ଡିଗଡ ୦୬।୦୭ : ବିବାହ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଗୁରୁବାର ଦିନ ଡକ୍ଟର ଗୁରପ୍ରୀତ କୌରଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ୍‌ । ଚଣ୍ଡିଗଡ଼ରେ ହେବାକୁ ଥିବା ବାହାଘରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ ଉପସ୍ଥିତ ରହିବେ ।

ତେବେ ମିଳିଥିବା ଖବର ଅନୁଯାୟୀ, ୪୮ ବର୍ଷୀୟ ମାନ୍‌ ଗୁରୁବାର୍‌ ନିଜର ୨ୟ ବିବାହ କରିବାକୁ ଯାଉଛନ୍ତି । ଭଗବନ୍ତ ମାନ୍‌ ନିଜର ପ୍ରଥମ ସ୍ତ୍ରୀ ଇନ୍ଦରପ୍ରିତ୍‌ଙ୍କୁ ଛାଡପତ୍ର ଦେଇସାରିଛନ୍ତି । ତାଙ୍କର ୨ଟି ଶିଶୁ ମଧ୍ୟ ଅଛନ୍ତି । ମାନ୍‌ଙ୍କ ପ୍ରଥମ ସ୍ତ୍ରୀ ଏବେ ଆମେରିକାରେ ରହୁଛନ୍ତି । ତେବେ ପ୍ରଥମ ସ୍ତ୍ରୀଙ୍କ ଠାରୁ ଛାଡପତ୍ର ପରେ ଏବେ ମାନ୍‌ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ।

ସେହିପରି ଗୁରୁବାର ହେବାକୁ ଥିବା ବିବାହ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଚଣ୍ଡିଗଡରେ ହେବାକୁ ଥିବା ଏହି ବିବାହ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍‌ଙ୍କ ସମେତ ବହୁ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଡକ୍ଟର ଗୁରପ୍ରୀତ୍‌ କୌରଙ୍କ ବିବାହ ବନ୍ଧନରେ ବାନ୍ଧି ହେବେ ପଞ୍ଜାବରେ ଏହି ଯୁବ ମୁଖ୍ୟମନ୍ତ୍ରୀ ।

   Related Posts