ବହୁ ବର୍ଷ ପରେ ଏହି ରାଶି ଉପରେ କୃପା ବର୍ଷା କରିବେ ଦେବ ଦେବ ମହାଦେବ : ଜାଣନ୍ତୁ କେଉଁ ରାଶି

Published By : Prameya-News7 Bureau | January 25, 2019 IST

ଭୁବନେଶ୍ୱର ୨୫/୧ : ହିନ୍ଦୁ ଧର୍ମ ଅନୁସାରେ ମହାଦେବ ଶିବଙ୍କ ସ୍ଥାନ ସବୁ ଦେବାଦେବୀଙ୍କ ମଧ୍ୟରେ ଉଚ୍ଚ, ଏହା ଆମେ ଜାଣିଛେ | ସେଇଥିପାଇଁ ଶିବଙ୍କୁ ଦେବ ଦେବ ମହାଦେବ କୁହାଯାଏ | ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ରାଶି ବିଷୟରେ କହିବୁ ଯେଉଁ ରାଶିର ପ୍ରାର୍ଥନା ଭଗବାନ ଶିବ ଶୁଣିଛନ୍ତି | ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଭଗବାନ ଶିବଙ୍କ ଅଶେଷ କରୁଣା ବର୍ଷିବ | ସେହି ଭାଗ୍ୟବାନ ରାଶି ହେଲା କୁମ୍ଭ ରାଶି | ଚଳିତ ବର୍ଷ କୁମ୍ଭ ରାଶି ଉପରେ ଭଗବାନ ଶିବଙ୍କ କୃପା ଦୃଷ୍ଟି ରହିବ | ଶିବଙ୍କ କୃପାରୁ କୁମ୍ଭ ରାଶି ଲୋକଙ୍କୁ ଜୀବନସାଥୀର ମହାଯୋଗ ମିଳିବ | ଏହାସହ କୁମ୍ଭ ରାଶି ବ୍ୟକ୍ତିଙ୍କ ଅନେକ ସମସ୍ୟାର ମଧ୍ୟ ଅନ୍ତ ହେବ |

{"id":77828}


ଭଗବାନ ଶିବଙ୍କ ଅନୁସାରେ, ଚଳିତ ବର୍ଷ କୁମ୍ଭ ରାଶିର ସମସ୍ତ ସମସ୍ୟା ଦୂର ହୋଇଯିବ | କୁମ୍ଭ ରାଶିର ବ୍ୟକ୍ତି ବହୁତ ଉନ୍ନତି ଲାଭ କରିବେ | କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ | ଏହାସହ ବହୁତ ସମୟରୁ ଅସମ୍ପୂର୍ଣ୍ଣ ରହିଯାଇଥିବ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ ହେବ | ଏହାଛଡା କୌଣସି ନୂଆ ଯୋଜନା ଉପରେ କାମ କରିବାର ମଧ୍ୟ ସୁଯୋଗ ମିଳିବ |

{"id":77829}


ଜ୍ୟୋତିଷଙ୍କ ଅନୁସାରେ, କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ସନ୍ତାନ ତରଫଓ ଖୁସି ଖବର ମିଳିପାରେ | ଏମାନେ କୌଣସି ଧାର୍ମିକ ସ୍ଥାନକୁ ଯିବା ପାଇଁ ଇଛା ପ୍ରକାଶ କରିବେ | ଏମାନଙ୍କୁ ଭାଗ୍ୟର ପୁରା ସହଯୋଗ ମିଳିବ | ଭାଗ୍ୟରେ ସୁଖଶାନ୍ତି, ସଫଳତା ରହିଛି | ଯଦି କାହାକୁ ଟଙ୍କା କରଜରେ ଦେଇଥିବେ ତାହା ମଧ୍ୟ ଫେରସ୍ତ ପାଇବେ | ଏହାଛଡା ଧାନ ସମ୍ପତ୍ତି ସମ୍ବନ୍ଧୀୟ ଖୁସି ଖବର ମଧ୍ୟ ପାଇବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.