ରାଜ୍ୟପାଳ ଦାୟିତ୍ବରୁ ମୁକ୍ତ ହେବାକୁ ଚାହୁଛନ୍ତି ଭଗତ ସିଂହ କୋଶାୟରୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି ଇଚ୍ଛା

Published By : Prameya-News7 Bureau | January 23, 2023 IST

ନୂଆଦିଲ୍ଲୀ, ୨୩/୦୧: ରାଜ୍ୟପାଳପଦରୁ ମୁକ୍ତ ହେବାକୁ ଚାହୁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶାୟରୀ। ସେ  ନିଜ ପଦରୁ ଇସ୍ତଫା ଦେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଏବଂ ଅବଶିଷ୍ଟ ଜୀବନ ଲେଖାପଢ଼ାରେ ମନୋନିବେଶ କରିବାକୁ ଚାହୁଁଥିବା ନେଇ କହଛନ୍ତି। ଏହାକୁ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ରାଜ୍ୟପାଳ କୋଶାୟରୀ ସୋମବାର ରାଜଭବନ ଦ୍ବାରା ଜାରୀ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ସବୁ ରାଜନୀତିକ ଦାୟିତ୍ବରୁ ମୁକ୍ତ ହେବା ଏବଂ ଲେଖାପଢ଼ାରେ ମନୋନିବେଶ କରି ଜୀବନ ବିତାଇବାକୁ ଚାହୁଥବା ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରିଛନ୍ତି ବୋଲି କହିଛନ୍ତି କୋଶାୟରୀ। ସେ କହିଛନ୍ତି ‘ମହାରାଷ୍ଟ୍ର ଭଳି ସନ୍ଥ, ସମାଜ ସଂସ୍କାରକ ଏବଂ ବୀରଙ୍କ ମହାନ ଭୂମିର ରାଜ୍ୟପାଳ ହେବା ମୋ ପାଇଁ ସୌଭାଗ୍ୟର କଥା। ରାଜ୍ୟର ଜନତାଙ୍କୁ ତିନି ବର୍ଷରୁ ଅଧିକ ସମୟ ଧରି ମିଳୁଥିବା ଭଲପାଇବା ସ୍ନେହ ଏବଂ କେବେବି ଭୁଲିପାରିବିନାହିଁ।’

ଏହି ବିବାଦରେ ରହିଥିଲେ:

୨୦୧୯ ରେ ରାଜ୍ୟ ନିର୍ବାଚନ ପରେ ସକାଳୁ ରାଜଭବନରେ ଦେବେନ୍ଦ୍ର ଫଡନାଭିସ୍‌ ଏବଂ ଅଜିତ ପଓ୍ବାରଙ୍କ ଶପଥ ସମାରୋହ ଆୟୋଜିତ କରିବାର ନିଷ୍ପତ୍ତି ପରଠାରୁ ସେ ବିବାଦରେ ରହିଥିଲେ। ସାବିତ୍ରୀବାଈ ଫୁଲେ ଏବଂ ଜ୍ୟେତିବା ଫୁଲେଙ୍କ ବିରୋଧରେ ତାଙ୍କର ବୟାନ ଏବଂ ରାଜ୍ୟ ବିଧାନମଣ୍ଡଳ ପାଇଁ ତତ୍କାଳୀନ ଏମଭିଏ ସରକାରଙ୍କ ଦ୍ବାରା ନାମିତ ୧୨ ଏମଏଲସିର ତାଲିକାକୁ ସ୍ବୀକାର କରିବାକୁ ମନା କରିବାକୁ ନେଇ ଚର୍ଚ୍ଚାରେ ରହିଥିଲେ।

ଏହା ସହ କୋଶାୟରୀଙ୍କ ଶିବାଜୀ ମହାରାଜଙ୍କୁ ନେଇ ଟିପ୍ପଣୀକୁ ନେଇ ମଧ୍ୟ ସେ ବିବାଦରେ ଥିଲେ। ସେ କହିଥିଲେ ଛତ୍ରପତି ଶିବାଜୀ ମହାରାଜ ପୁରାତନ ସମୟର ପ୍ରତୀକ ଯାହାକୁ ନେଇ ରାଜ୍ୟବ୍ୟାପୀ ବିରୋଧ ହୋଇଥିଲା। ସେ ମହାରାଷ୍ଟ୍ରର ପ୍ରତୀକର ଅପମାନ କରିଥିବା ନେଇ ଶିବସେନାର ଉଦ୍ଧବ ଠାକ୍‌ରେ ଗ୍ରୁପ୍ ଅଭିଯୋଗ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.