oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

କେଜରିୱାଲ୍‌ ମଡେଲ୍‌କୁ ଆପଣେଇବ ପଞ୍ଜାବ, ଦିଲ୍ଲୀ ସରକାରୀ ସ୍କୁଲ୍‌ ବୁଲିବେ ଭଗବତ ମାନଙ୍କ ସହ କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳ

17/04/2022 at 3:06 PM

ନୂଆଦିଲ୍ଲୀ, ୧୭/୦୪: ଦିଲ୍ଲୀ ଢାଞ୍ଚାରେ ପଞ୍ଜାବ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହିତ ସୋମବାର ଦିଲ୍ଲୀର ସରକାରୀ ସ୍କୁଲ ଏବଂ ମୋହଲ୍ଲା କ୍ଲିନିକ୍‌ ପରିଦର୍ଶନ କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ମଧ୍ୟ ତାଙ୍କ ସହ ରହିବା ନେଇ ଜଣାପଡ଼ିଛି । ଏହା ପୂର୍ବରୁ କେଜରିୱାଲ୍‌ ଗୁରୁବାର ଏନେଇ ଘୋଷଣା କରିଥିଲେ । ଆପ୍‌ ସରକାର ଦ୍ୱାରା ଦିଲ୍ଲୀରେ ନିଆଯାଇଥିବା ଉଲ୍ଲେଖନୀୟ ପଦକ୍ଷେପ ସମ୍ୱନ୍ଧରେ ପଞ୍ଜାବ ମନ୍ତ୍ରୀମାନେ ଅବଗତ ହୋଇପାରିବେ ବୋଲି ସେ କହିଥିଲେ ।  

ଭଗବନ୍ତ ମାନଙ୍କ ଅନୁପସ୍ଥିତିରେ କେଜ୍ରିୱାଲ ରାଜ୍ୟର ସର୍ବୋଚ୍ଚ ଅମଲାତନ୍ତ୍ରଙ୍କ ସହ ବୈଠକ କରିବା ପରେ ବିରୋଧୀ ଦଳମାନେ ପଞ୍ଜାବ ସରକାରଙ୍କୁ ନେଇ ଅଭିଯୋଗ ଉଠାଇଛନ୍ତି । ପଞ୍ଜାବ ସରକାରଙ୍କୁ ଦିଲ୍ଲୀରୁ “ରିମୋଟ କଣ୍ଟ୍ରୋଲ” ମାଧ୍ୟମରେ କେଜ୍‌ରିୱାଲ୍‌ ଚଳାଉଛନ୍ତି ବୋଲି ବିରୋଧୀ ଅଭିଯୋଗ କରିବା ପରେ କେଜରିୱାଲ୍‌ ଏପରି ମନ୍ତବ୍ୟ ଦେଇଛନ୍ତି ।

ଆମ୍ୱେଦକର ଜୟନ୍ତୀ ଅବସରରେ ତ୍ୟାଗରାଜ ଷ୍ଟାଡିୟମ୍‌ରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ୱୋନ୍ଧନ କରି କଜେରିୱାଲ୍‌ କହିଥିଲେ ଯେ ଦିଲ୍ଲୀ ସରକାରୀ ସ୍କୁଲକୁ ସେ ଏପରି ସୁଧାର କରିଛନ୍ତି ଯାହାକୁ ସାରା ଦୁନିଆର ଲୋକେ ଉଲ୍ଲେଖନୀୟ ପରିବର୍ତ୍ତନ ନଜରରେ ଦେଖୁଛନ୍ତି । କିଛିଦିନ ତଳେ ତାମିଲ୍‌ନାଡ଼ୁ ମୁଖ୍ୟମନ୍ତ୍ରୀ ଏବଂ ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ସହିତ ସରକାରୀ ସ୍କୁଲ୍‌ ପରିଦର୍ଶନ କରିଥିଲେ ।  ଏହାପରେ ଷ୍ଟାଲିନ୍‌ କହିଥିଲେ ତାଙ୍କ ସରକାର ଦିଲ୍ଲୀ ମଡେଲ୍‌କୁ ଆପଣାଉଛନ୍ତି ।

   Related Posts