ରାସ୍ତାକଡକୁ ଓଲଟିଲା “ଅଳଙ୍କାର” ବସ୍, ୨୫ରୁ ଯାତ୍ରୀ ଆହତ
1/03/2020 at 7:03 AM

ଭଦ୍ରକ ୦୧।୦୩: ରାସ୍ତା କଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍ । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ସିମୁଳିଆ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅଳଙ୍କାର ନାମକ ଏକ ଘରୋଇ ବସ ରାଇରଙ୍ଗପୁରରୁ ଭୁବନେଶ୍ୱର ଆସୁଥିଲା । କିନ୍ତୁ ହଠାତ୍ ଭଦ୍ରକ ସିମୁଳିଆ ନିକଟରେ ଦୁର୍ଘଟଣା ହୋଇଥିଲା । ବସ୍ ଦୁର୍ଘଟଣା ହେବାର ଦେଖି ସ୍ଥାନୀୟ ଲୋକ ଓ ଅଗ୍ନିଶମବାହିନୀ ଆହତ ଓ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ମେଡିକାଲରେ ଭର୍ତ୍ତି ହୋଇଥିବା ଯାତ୍ରୀ ଙ୍କ ମଧ୍ୟ ବହୁ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ କଣ ପାଇଁ ବସ୍ଟି ଦୁର୍ଘଟଣାର ଶିକାର ହୋଇଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।