୮୧ଗ୍ରାମର ବ୍ରାଉନ୍‌ସୁଗାର ଜବତ, ୨ଗିରଫ

Published By : Prameya-News7 Bureau | May 31, 2020 IST


ଭଦ୍ରକ ୩୧।୦୫ : ପୋଲିସ ଜାଲରେ ଧଳଜହର ବେପାରୀ । ଭଦ୍ରକ ଜିଲ୍ଲା ଚରମ୍ପା ଓଭରବ୍ରିଜ ନିକଟରୁ ୮୧ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି । ବ୍ରାଉନସୁଗାର ଜବତ ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍‌ ।

{"id":278805,"sizeSlug":"large"}

ସୂଚନାଯୋଗ୍ୟ ଯେ, ଧଳା ଜହର କାରବାର ଭଦ୍ରକ ଜ଼ିଲ୍ଲାରେ ବ୍ୟାପକ ମାତ୍ରାରେ ବଢି ଚାଲିଛି । ଏହାକୁ ନଜରରେ ରଖି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ର ଏକ ଟିମ ସମ୍ପୂର୍ଣ୍ଣ ଭାବେ ବ୍ରାଉନ ସୁଗାର ବେପାରୀ ଙ୍କ ଉପରେ ନଜର ରଖିଥିଲା । ଶେଷରେ ଆଜି ଧରିବାରେ ସଫଳ ହୋଇଛି । ଦୁଇ ଜଣ ଏକ ବାଇକ ଯୋଗେ ବ୍ରାଉନ ସୁଗାର ନେଇ ଯାଉଥିବା ବେଳେ ଚରମ୍ପା ଓଭର ବ୍ରିଜ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଧରିଥିଲେ, ପରେ ଖୋଳତାଡ଼ ଆରମ୍ଭ କରିଥିଲେ ।

ସେମାନଙ୍କ ନିକଟରୁ ୮୧ ଗ୍ରାମ ବ୍ରାଉନ ସୁଗାର ସହ ବାଇକକୁ ଜବତ କରିଛି ଅବକାରୀ ବିଭାଗ । ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ୮ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଗିରଫ ଦୁଇ ଜଣ ଦୋଳସାହି ଅଞ୍ଚଳର ବୋଲି ଜଣାପଡିଛି । ଏହି ଦୁଇଜଣ ଜଳେଶ୍ଵରରୁ ବ୍ରାଉନସୁଗାର ଆଣି ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବ୍ୟବସାୟ କରୁଥିଲେ । ଲକଡାଉନ ବେଳେ ମଦ ଦୋକାନ ବନ୍ଦ ଥିବାରୁ ଏମାନେ ଅଧିକ ସକ୍ରିୟ ହୋଇଥିଲେ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.