oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

କରୋନା ମୁକାବିଲାରେ ସାହାଯ୍ୟର ହାତ ବଢାଇଲେ ଭଦ୍ରକ ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷକ ଏବଂ ଶିକ୍ଷା ବିଭାଗର କର୍ମଚାରୀ, ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କଲେ ୯୬ ଲକ୍ଷ ୪୬ ହଜାର ଟଙ୍କା

14/08/2020 at 10:30 PM

ଭଦ୍ରକ, ୧୪|୦୮ :  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ  ଅର୍ଥରାଶି ଦାନ କଲେ ଭଦ୍ରକ ଜ଼ିଲ୍ଲାର ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷକ ଓ ଶିକ୍ଷା ବିଭାଗ କର୍ମଚାରୀ । ମୋଟ ୯୬ ଲକ୍ଷ ୪୬ ହଜାର  ୮୮୩ ଟଙ୍କାର ଏକ ଚେକ୍ ଭଦ୍ରକ ଜ଼ିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । କୋଭିଡ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ।

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୩୦ ଲକ୍ଷ ୩୬ ହଜାର ୮୬ ଟଙ୍କା , ଭଦ୍ରକ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୯ ଲକ୍ଷ ୪୨ ହଜାର , ବାସୁଦେବପୁର ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୧୨ ଲକ୍ଷ ୮୭ ହଜାର ୨୫୭ ଟଙ୍କା , ଭଣ୍ଡାରିପୋଖରୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୬ ଲକ୍ଷ ୩୬ ହଜାର ୮୭୪ ଟଙ୍କା, ବନ୍ତ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୭ ଲକ୍ଷ ୩ ହଜାର, ଚାନ୍ଦବାଲି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୧୦ ଲକ୍ଷ ୪ହଜାର ୬୩୨ ଟଙ୍କା, ଧାମନଗର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୮ ଲକ୍ଷ ୮୬ ହଜାର ୨୪୩ ଟଙ୍କା ପ୍ରଦାନ କରିଛନ୍ତି ।

ସେହିପରି ତିହିଡି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ୯ ଲକ୍ଷ ୯୫ ହଜାର ୪୩୨ ଟଙ୍କା, ଆଗରପଡା ବାଳିକା ହାଇସ୍କୁଲରୁ ୧୭ ହଜାର ୯୩୩ ଟଙ୍କା, ଧାମନଗର ସରକାରୀ ହାଇସ୍କୁଲରୁ ୧୮ ହଜାର ୧୪୬ ଟଙ୍କା, ଘଣ୍ଟେଶ୍ୱର ଏସି ହାଇସ୍କୁଲରୁ ୧୦ ହଜାର ୪୩୦ ଟଙ୍କା , କୋଠାର ସରକରୁ ହାଇସ୍କୁଲରୁ ୧୭ ହଜାର ୪୧୨ ଟଙ୍କା, ତିହିଡି ବାଳିକା ହାଇସ୍କୁଲରୁ ୧୪ ହଜାର ୬୦୩ ଟଙ୍କା ଓ ଭଦ୍ରକ ଜିଲ୍ଲା ହାଇସ୍କୁଲରୁ ୪୨ ହଜାର ୧୬୦ ଟଙ୍କା ପ୍ରଦାନ କରାଯାଇଛି । ସମୁଦାୟ ୯୬ ଲକ୍ଷ ୪୬ ହଜାର ୮୮୩ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ୍ କୁ ଦାନ କରାଯାଇଛି । ଏହି ସହାୟତା ରାଶି କୋଭିଡ୍ ପରିଚାଳନାରେ ସହାୟକ ହେବ ।

   Related Posts