ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ, ଅତିରିକ୍ତ- ଉପ ଜିଲ୍ଲାପାଳଙ୍କୁ ଦିଆଗଲା ଦାୟିତ୍ୱ
29/08/2020 at 12:28 PM

ଭଦ୍ରକ ୨୯।୦୮: କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହିପ୍ରରିପେକ୍ଷୀରେ ଆଜି ରାଜ୍ୟରେ ୩୨୫୨ କରୋନା ସଂକ୍ରମିତ ଚିହନଟ ହୋଇଛନ୍ତି । ଏହାମଧ୍ୟରୁ ଭଦ୍ରକରୁ ୭୬ଜଣ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ।
#COVIDUpdates
— District Administration,Bhadrak (@DM_Bhadrak) August 29, 2020
Ms Manorama Bhuyan, OAS (SB), Addl Sub-Collector will remain in charge of Sub-Collector, Bhadrak till 15/9, since Sub-Collector has tested COVID +ve.@SubCol_Bhadrak
ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ କୋଭିଡ଼୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାପରେ ତାଙ୍କ ଚିକିତ୍ସା ଜାରି ରହିଛି । ତେଣୁ ତାଙ୍କ ସ୍ଥାନରେ ଅତିରିକ୍ତ ଉପ ଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଦାୟିତ୍ୱ ଦିଆଯାଇଛି । ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଅତିରିକ୍ତ ଉପ ଜିଲ୍ଲାପାଳ ଜିଲ୍ଲାପାଳ ମନୋରମା ଭୂୟାଁ ଦାୟିତ୍ୱରେ ରହିବେ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।