ଦୁର୍ଘଟଣାରେ ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ ୩ ଯୁବକ, ଡାକ୍ତରଖାନାରେ ଭର୍ତ୍ତି କଲେ ଭଦ୍ରକ ଏସ୍‌ପି

Published By : Prameya-News7 Bureau | August 21, 2022 IST


ଭଦ୍ରକ, ୨୧/୦୮: କାମ ସାରି ଫେରିବା ବେଳେ ରାସ୍ତାରେ ପଡ଼ିଥିଲେ ୩ ଜଣ ଯୁବକ । ଦୁର୍ଘଟଣାରେ ଗୁରୁତର ହୋଇଥିବାରୁ କାଳ ବିଳମ୍ବ ନକରି ନିଜ ଗାଡିରେ ଆଣି ମେଡିକାଲରେ ଭର୍ତ୍ତି କଲେ ଏସପି । ଏହି ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବା ପାଇଁ ମିଳିଛି । ସୂଚନା ଅନୁଯାୟୀ ଭଦ୍ରକ ଏସପି ଚରଣ ସିଂ ମିନା କାର୍ଯ୍ୟ ସମାପ୍ତ ପରେ ନିଜ ଆବାସିକ କାର୍ଯ୍ୟାଳୟକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ମୋଟେଲ ଛକ ନିକଟରେ ଦୁଇ ବାଇକ ଦୁର୍ଘଟଣାରେ ଗୁରୁତର ୩ ଜଣଙ୍କୁ ଦେଖିଥିଲେ । ସଙ୍ଗେ ସଙ୍ଗେ ନିଜ ଗାଡିରେ ଦୁର୍ଘଟଣାରେ ଗୁରୁତର ୩ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ୩ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ବାହାର ରାଜ୍ୟର ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.