କେବେ ଚେତିବେ ଅମାନିଆ ? ମାସ୍କ ନପିନ୍ଧି ୩୧ ଜଣ ଦେଲେ ଫାଇନ୍

Published By : Prameya-News7 Bureau | May 07, 2020 IST

ଭଦ୍ରକ, ୦୭|୦୫: ସାରା ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ୍ ୩କୁ କଡାକଡି ଭାବେ ପାଳନ କରାଯାଉଛି । ପୂର୍ବାପେକ୍ଷା ନିୟମରେ କିଛି କୋହଳ ହୋଇଥିଲେ ମଧ୍ୟ ସାମାଜିକ ଦୂରତା, ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ତେବେ କିଛି ଅମାନିଆ ଏହାର ଖୁଲମଖୁଲା ଉଲଙ୍ଘନ କରି ଫାଇନ ମଧ୍ୟ ଗଣୁଛନ୍ତି ।

{"id":266373,"width":662,"height":858,"sizeSlug":"large"}

ଗୁରୁବାର ଭଦ୍ରକରେ ମାସ୍କ ନ ପିନ୍ଧି ୩୧ଜଣ  ୬ ହଜାର ୨ ଶହ ଟଙ୍କା ଫାଇନ ଦେଇଛନ୍ତି  । ସେହିପରି ରେଡ୍ ଜୋନ୍ ଥିବା ସତ୍ୱେ ବିନା କାମରେ ଘରୁ ଗାଡିଧରି ବାହାରିଥିବାରୁ ୧୫୮ ଗାଡିକୁ ୧ ଲକ୍ଷ ୫୨ ହଜାର ୫ ଶହ ଜରିମାନା ଆଦାୟ କରାଯାଇଛି । ଏତତ୍ ବ୍ୟତୀତ ସର୍ବସାଧାରଣ ସ୍ଥାନରେ ଛେପ ପକାଇ ୩ ଜଣ ଦେଲେ ୬ ଶହ ଜରିମାନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.