ଦଳରୁ ବହିଷ୍କୃତ ପରେ ମୁହଁ ଖୋଲିଲେ ଡକ୍ଟର ସୁଧାଂଶୁ ନାୟକ, କହିଲେ- ପୁରୁଣା କର୍ମୀଙ୍କୁ…
26/03/2023 at 10:17 AM

ଭଦ୍ରକ ୨୬।୦୩ : ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଦ୍ରୋହ ଦେଖିବାପାଇଁ ମିଳିଛି । ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ବନ୍ତ ବ୍ଲକରେ ସାମ୍ବାଦିକ ସମ୍ମିଳନୀ କରି ଖୁଲମଖୁଲା ବିଦ୍ରୋହ କଲେ ନିଲମ୍ବିତ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବରିଷ୍ଠ ବିଜେଡି ନେତା ସୁଧାଂଶୁ ନାୟକ ଓ ତାଙ୍କର ସହକର୍ମୀ ।
ବିଧାୟକ ପ୍ରଫୁଲ୍ଲ ସାମଲ ଗତ ୩ ଥର ବିଧାୟକ ହୋଇ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରୁ ତାଙ୍କ ବିଜୟର ମଙ୍ଗ ଧରିଥିଲେ ସୁଧାଂଶୁ ନାୟକ । ୨୦୧୯ ନିର୍ବାଚନ ଜିତିବା ପରେ ବିଧାୟକଙ୍କ ପ୍ରତିନିଧି ତଥା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତୀ ସାମଲ ବିଜେଡିର ମଙ୍ଗ ଧରିବା ପରେ ବିଦ୍ରୋହ ତେଜୁଛି । ପୁରୁଣା କର୍ମୀ ମାନଙ୍କୁ ଅଣଦେଖା କରାଯାଇଛି । ଏହାକୁ ବିରୋଧ କରି ବନ୍ତରେ ଗତ ୧୮ ତାରିଖରେ ମେଳି କରିଥିଲେ ଅସନ୍ତୁଷ୍ଟ ନେତା । ପରେ ବିଜେଡି ଜିଲ୍ଲା ସଭାପତି ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେଵତୀ ନାୟକ, ସୁଧାଂଶୁ ନାୟକ ଓ କମଳାକାନ୍ତ ସାହୁଙ୍କୁ ଦଳରୁ ବହିସ୍କୃତ କରିଥିଲେ । ଏହା ପରେ ଅଣଦେଖା କରାଯାଉଥିବା ଅଭିଯୋଗ ନେଇ ବିଜେଡି କର୍ମୀ ଓ ବହିସ୍କୃତ ନେତା ସାମ୍ବାଦିକ ସମ୍ମିଳନୀରେ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛନ୍ତି । ଆଗାମୀ ୨୦୨୪ ନିର୍ବାଚନରେ ସାମଲ ପରିବାରର କାହାକୁ ଏହି ନିର୍ବାଚନ ମଣ୍ଡଳୀରୁ ଟିକେଟ ମିଳିଲେ ଜିତେଇ ଦେବେ ନାହିଁ ବୋଲି କହିଛନ୍ତି ।