ଶ୍ରୀରାମ ନବମୀ ପାଇଁ ଭଦ୍ରକ ପୋଲିସ ସମ୍ପୂର୍ଣ୍ଣ ସଜାଗ, ସୋସିଆଲ୍ ମିଡିଆ ଉପରେ ନଜର

Published By : Prameya-News7 Bureau | March 22, 2023 IST

ଭଦ୍ରକ ୨୨।୩: ଐତିହାସିକ ଶ୍ରୀରାମ ନବମୀ ପାଇଁ ଭଦ୍ରକ ପୋଲିସ ସମ୍ପୂର୍ଣ୍ଣ ସଜାଗ ରହିଛି । ଶ୍ରୀରାମ ମହାଯଜ୍ଞ ସମିତି ତରଫରୁ ଶ୍ରୀରାମ ନବମୀ ପୂର୍ବରୁ ବହୁ କାର୍ଯ୍ୟକ୍ରମ ଜାରି ରହିଛି । ଏହି ସମୟ ମଧ୍ୟରେ ଭଦ୍ରକ ପୋଲିସ ସହ ରାପିଡ଼ ଆକ୍ସନ ଫୋର୍ସର ଗୋଟିଏ ପ୍ଲାଟୁନ ଫୋର୍ସ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ କରିଛି । ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପୋଲିସ ସାଧାରଣ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି । ତେବେ ଅଯଥା ଭାବେ କୌଣସି ପ୍ରକାର ଗୁଜବକୁ ବିଶ୍ୱାସ ନକରି ଶାନ୍ତିଶୃଙ୍ଖଳାର ସହ ଶ୍ରୀରାମ ନବମୀ ପାଳନ ପାଇଁ ପୋଲିସ ଅପିଲ କରିଛି ।

{"id":761546,"width":739,"height":406,"sizeSlug":"full","linkDestination":"none"}
Ram Navami 2023

ସୋସିଆଲ ମିଡିଆ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେଉଛି ପୋଲିସ । କୌଣସି ପ୍ରକାର ସମ୍ବେଦନଶୀଳ ପୋଷ୍ଟିଂ ନକରିବା ପାଇଁ ଅନୁରୋଧ କରିଛି । ଏହି ପ୍ରକାରର କୌଣସି ପୋଷ୍ଟିଂ ଦେଖିଲେ ପୋଲିସକୁ ସୂଚନା ଦେବାକୁ ଅପିଲ କରିଛି । ପୋଲିସର ସ୍ୱତନ୍ତ୍ର ଟିମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟ ଉପରେ ନଜର ରଖିଛି । କୌଣସି ପ୍ରକାର ବିବାଦୀୟ ପୋଷ୍ଟ କଲେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଭଦ୍ରକ ଏସପି ସୂଚନା ଦେଇଛନ୍ତି ।

{"id":761547,"width":739,"height":406,"sizeSlug":"full","linkDestination":"none"}
Ram Navami 2023

ସେପେଟେ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ତରଫରୁ ବିଶାଳ ମଟର ସାଇକେଲ ଶୋଭଯାତ୍ରା ଆୟୋଜିତ ହୋଇଛି । ଭଦ୍ରକ ସହରର ଗାନ୍ଧୀ ପଡିଆଠାରୁ ବହୁସଂଖ୍ୟକ ଶ୍ରୀରାମଙ୍କ ଭକ୍ତମାନେ ବାଇକ ଶୋଭଯାତ୍ରାରେ ବାହାରି ଟାଉନହଲ ଛକ, କଲେଜ ରୋଡ଼, ରାନ୍ଦିଆ, ବରପଦା ଦେଇ କାଉପୁର ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ପହଞ୍ଚି ଶ୍ରୀରାମଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ମନ୍ଦିର ନିକଟରେ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କୁ ସ୍ୱାଗତ ସହ ପୂଜା କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଭଦ୍ରକ ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.