୬ଟି ଡିଜେ ଗାଡିକୁ ଅଟକ ରଖିଲା ପୋଲିସ୍ : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

Published By : Prameya-News7 Bureau | March 09, 2020 IST

ଭଦ୍ରକ ୯/୩: ମେଲଣ ପାଇଁ ଶୋଭାଯାତ୍ରାରେ ଯାଉଥିବାବେଳେ ଭଦ୍ରକ ଜିଲ୍ଲା ତିହିଡି ପୋଲିସ ୬ଟି ଡିଜେ ଗାଡ଼ିକୁ ଅଟକ ରଖିଛି। ଡିଜେ ଓ ମ୍ୟୁଜିକାଲ ଗାଡି ଗୁଡିକ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ହୋଲି ମେଳଣ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତେ ବୋଲି ସୂଚନା ମିଳିଛି ।

{"id":235328,"sizeSlug":"large"}

ତେବେ ପୋଲିସ ଗାଡ଼ିଗୁଡିକର ପରମିଶନ ଓ କାଗଜପତ୍ର ଯାଞ୍ଚ ପରେ ଅଟକାଇଥିବା ତିହିଡି ଥାନା ଅଧିକାରୀ ରମେଶ ସିଂ ସୂଚନା ଦେଇଛନ୍ତି । ତେବେ ଡିଜେ ଗାଡି କୁ ଅଟକ ରଖିବା ପରେ ଗାଡି ଗୁଡିକ ଛାଡିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.