ଗୋଟିଏ ରାସ୍ତାକୁ ଏକାଧିକ ବିଲ କରିବା ଘଟଣା, ଆରମ୍ଭ ହେଲା ତଦନ୍ତ

Published By : Prameya-News7 Bureau | December 21, 2022 IST

ଭଦ୍ରକ ୨୧।୧୨: ଗୋଟିଏ ରାସ୍ତାକୁ ଏକାଧିକ ବିଲ୍‌ କରିବା ଘଟଣା । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତରେ ଗୋଟିଏ ରାସ୍ତାକୁ ନେଇ ଅନେକ ଥର ବିଲ ଉଠାଇବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ଷୋଳମପୁର ପଞ୍ଚାୟତର ବାଟମଙ୍ଗଳା ମନ୍ଦିର ଠାରୁ ରଘୁନାଥପୁର ହରିଜନ ସାହି ପର୍ଯ୍ୟନ୍ତ ହୋଇଥିବା ରାସ୍ତା ୨୦୨୦ ମସିହାରେ ହୋଇଥିଲେ,  ମଧ୍ୟ ପୁଣି ସମାନ ରାସ୍ତାକୁ ଫେଜଟୁ ଓ ଫେଜ ଥ୍ରୀ କରି ବିଲ ଉଠାଯାଇଛି । ଏନେଇ ଖବର ପ୍ରସାରଣ ପରେ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ପୁଣି ଥରେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନୟନ ବିଭାଗ ତରଫରୁ ଏକ ଟିମ ଷୋଳମପୁର ଯାଇ ଘଟଣାସ୍ଥଳ ବୁଲି ତଦନ୍ତ କରିଛନ୍ତି । ତଦନ୍ତ ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ , ଆଗକୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.