ଜିଲ୍ଲାପାଳ ନିଜେ ଆସନ୍ତୁ, ଆଉ ଦେଖନ୍ତୁ ; ତାପରେ ମେଡିକାଲ କାମ ଆରମ୍ଭ ହେଉ...

Published By : Prameya-News7 Bureau | December 03, 2022 IST

ଭଦ୍ରକ ୦୩।୧୨ : ଜିଲ୍ଲାପାଳ ନିଜେ ଆସନ୍ତୁ ଏବଂ ସ୍ଥିତି ସମୀକ୍ଷା କରନ୍ତୁ । ପରେ ଆରମ୍ଭ ହେବ ମେଡିକାଲର ନୂତନ ଉନ୍ନତିକରଣ କାର୍ଯ୍ୟ । ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଏମିତି କିଛି ଅଭିଯୋଗ କରିଛନ୍ତି ଭଦ୍ରକ ଜିଲ୍ଲା ଅସୁରାଳ ପଞ୍ଚାୟତର ବାସିନ୍ଦା ।

ଖବର ଅନୁଯାୟୀ, ଅସୁରାଳି ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରର ବିଭିନ୍ନ ସମସ୍ୟା ରହିଛି । ୨୦୧୯ ମସିହାରୁ ହେଉଥିବା କାମ ଆରମ୍ଭ ହେବା ପୂର୍ବରୁ ଆଉ କିଛି ନୂତନ କାର୍ଯ୍ୟ ପାଇଁ କେତେ ଘର ଭଙ୍ଗାଯାଇଥିବା ସ୍ଥାନୀୟବାସିନ୍ଦା କହୁଛନ୍ତି । ମେଡ଼ିକାଲର ପାଚେରୀ ନିର୍ମାଣ ହୋଇନଥିବାରୁ ଏଠାରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଛି ।

ସେହିପରି ପ୍ରସବ କକ୍ଷ ଥିଲେ ମଧ୍ୟ ସୁବିଧା ମିଳୁନାହିଁ । ଏମିତି ଅନେକ ଅସୁବିଧା ରହିଥିବା ବେଳେ ନୂତନ କାମ ଆରମ୍ଭକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି । ଏପିରିକି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଘଟଣାସ୍ଥଳକୁ ଯାଇ ସ୍ଥିତି ପରିଖିବା ପାଇଁ ଅନୁରୋଧ କରିଛନ୍ତି ଗ୍ରାମାବୀସ । ଯଦି ନିୟମ ଅନୁସାରେ ପୁରୁଣା କାର୍ଯ୍ୟ ହେଉଥାଏ । ତେବେ ସ୍ଥାନୀୟ ଲୋକେ କାର୍ଯ୍ୟକୁ ବିରୋଧ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.