ପୌର ଅଧିକାରୀଙ୍କ ବିରୋଧରେ ପରିଷଦଙ୍କ ମେଳି, ୭୨ ଘଣ୍ଟାରେ ଦାବି ପୂରଣ ପାଇଁ ଚେତାବନୀ

Published By : Prameya-News7 Bureau | November 27, 2022 IST

ଭଦ୍ରକ ୨୭।୧୧ : ପୌର ଅଧିକାରୀଙ୍କ ବିରୋଧରେ ପରିଷଦଙ୍କ ମେଳି । ପୌର ଅଧିକାରୀ ଜନ ସାଧାରଣଙ୍କୁ ଦୁର୍ବ୍ୟବହାର ଓ ଜଣ ବିରୋଧୀ କାର୍ଯ୍ୟକୁ ନେଇ ପାରିଷଦ ମାନେ ମେଳି ବାନ୍ଧିଛନ୍ତି । ବିଭିନ୍ନ ସମୟରେ ଭଦ୍ରକ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧକାରୀ ଙ୍କ ସହ ପରିଷଦ ଓ ପୌରାଧକ୍ଷ୍ୟ ସହ ମଧ୍ୟ ବିବାଦ ଜାରି ରହିଛି ।

ଖବର ଅନୁଯାୟୀ, କିଛି ଦିନ ପୂର୍ବରୁ କାର୍ଯ୍ୟ ନିର୍ବାହୀ ଅଧକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ପୌରପାଳିକାର କର୍ମଚାରୀମାନେ କଲମ ଛାଡ଼ ଆନ୍ଦୋଳନ ମଧ୍ୟ କରିଥିଲେ । କିନ୍ତୁ ଏବେ ଏହି ଘଟଣାକୁ ନେଇ ଥାନାରେ ଏତଲା ହୋଇଥିଲା । ପୋଲିସ ଦୁଇ ଜଣ ପାରିଷଦଙ୍କୁ ନୋଟିସ କରିଥିବା ସୂଚନା ମିଳିଛି । ପାରିଷଦମାନେ ଏକ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବଦଳି ଦାବି କରିଛନ୍ତି । ୭୨ ଘଣ୍ଟା ମଧ୍ୟରେ କାର୍ଯ୍ୟ ନିର୍ବାହୀ ଅଧକାରୀଙ୍କ ବଦଳି ନହେଲେ ଅଭିଯୋଗକାରୀ ପାରିଷଦମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବସିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.