ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ଗଠନ ପାଇଁ ଦୈସିଂରେ 'ସ୍ୱଚ୍ଛତା ହିଁ ସେବା' ଅଭିଯାନ

Published By : Prameya-News7 Bureau | September 25, 2022 IST

ଭଦ୍ରକ ୨୫।୦୯ : ସ୍ୱଚ୍ଛ ଓଡିଶା ଓ ସୁସ୍ଥ ଓଡିଶା ଗଠନ ପାଇଁ ଦୈସିଂରେ ସ୍ୱଚ୍ଛତା ହିଁ ସେବା ଅଭିଯାନ । ଭଦ୍ରକ ଜିଲ୍ଲା ଦୈସିଂ ଗ୍ରାମ ପଞ୍ଚାୟତର ମିଶନ ଶକ୍ତି ଗୃହ ନିକଟରେ ଗାନ୍ଧିଜୀଙ୍କ ସ୍ଵଚ୍ଛ ଭାରତ ଅଭିଯାନରେ ଏକ ସ୍ଵଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା ।  

ତେବେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଥମେ ମିଶନଶକ୍ତି ଗୃହ ନିକଟରୁ ସଫେଇ କାଯ୍ୟକ୍ରମ ଆରମ୍ଭ କରାଯାଇ ମେଡିକାଲ, ଅଙ୍ଗନବାଡି କେନ୍ଦ୍ର, ସ୍କୁଲ ଓ ବନ୍ୟା ଆଶ୍ରୟସ୍ଥଳୀ ଯାଏଁ ଯାଇଥିଲେ । ଏଥିରେ ଦୈସିଂ ଗ୍ରାମ ପଞ୍ଚାୟତ ସରପଞ୍ଚ  ସୂଚିସ୍ମୀତା ଜେନା, ସମାଜସେବୀ ସୌମେନ୍ଦ୍ର ସାହୁଙ୍କ ସମେତ ମିଶନ୍ ଶକ୍ତି ର ସଭାନେତ୍ରୀ, ସମ୍ପାଦିକା, ଅଙ୍ଗନୱାଡି କର୍ମୀ ଓ ବହୁ ସମାଜସେବୀ ଯୋଗ ଦେଇଥିଲେ।  ଦୈସିଂ ଗ୍ରାମପଞ୍ଚାୟତକୁ ସ୍ଵଚ୍ଛ ରଖିବା ଓ ପଲିଥିନ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ପର୍ଯ୍ୟାୟରେ ପଞ୍ଚାୟତର ବିଭିନ୍ନ ୱାର୍ଡରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେବ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.