ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବାହ ପାଇଁ ରାଜି ହେଲା, କିନ୍ତୁ ଲଗ୍ନ ଧାର୍ଯ୍ୟ ପୂର୍ବରୁ ଫେରାର ହୋଇଗଲା ପ୍ରେମିକ, ଅନଶନରେ ବସିଛି ପ୍ରେମିକା…

12/06/2022 at 3:03 PM

ଭଦ୍ରକ,୧୨/୦୩: ଦୀର୍ଘ ଦିନର ପ୍ରେମ ଓ ପେମିକ ସହ ଘର ସଂସାର କରିବାର ସ୍ୱପ୍ନ ଦେଖିଥିଲେ ଯୁବତୀ । ପ୍ରେମରୁ ଆରମ୍ଭ ସମ୍ପର୍କ ଶାରୀରିକ ସମ୍ପର୍କରେ ପରିଣତ ହୋଇଥିଲା । ପରେ ଉଭୟ ବିବାହ ପାଇଁ ରାଜି ହୋଇଥିଲେ । ଉଭୟ ପରିବାରର ସହମତିରେ ଲଗ୍ନ ପାଇଁ ତାରିଖ ସ୍ଥିର ହୋଇଥିଲା । କିନ୍ତୁ ଲଗ୍ନ ପୂର୍ବରୁ ପ୍ରେମିକ କୁଆଡେ ଫେରାର ହୋଇଯାଇଥିବା ଅଭିଯୋଗ ନେଇ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ରେ ବସିଛନ୍ତି ଯୁବତୀ । ଏମିତି କି ବିବାହ ନହେଲେ ଆତ୍ମହତ୍ୟାର ଧମକ ଦେଇଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ତିହିଡିରେ।

ଦୀର୍ଘ ବର୍ଷର ପ୍ରେମ ସମ୍ପର୍କରେ ଧୋକ୍କା । ବିବାହ ପାଇଁ ଲଗ୍ନ ଧରା ପୂର୍ବରୁ ପ୍ରେମିକ ଫେରାର । ପ୍ରେମିକ ଦୁଆରେ ଅନଶନରେ ବସିଛି ପ୍ରେମିକା । ଲଭ , ସେକ୍ସ ଆଉ ଧୋକ୍କାର ଶିକାର ହୋଇ ଶେଷରେ ନିଜ ଜୀବନକୁ ବାଜି ଲଗାଇ ଦେଇଛି ଜଣେ ପ୍ରେମିକା । ବିଧବା ମାଆଙ୍କ ସମେତ କେତେକ ସମ୍ପର୍କିୟଙ୍କ ସହିତ ଅନଶନରେ ବସିଛନ୍ତି ସେ। ବିବାହ ନକରିବା ପର୍ଯ୍ୟନ୍ତ ଏହା ଜାରି ରହିବ ଏବଂ ସମ୍ପୂର୍ଣ୍ଣ ବିଫଳ ହେଲେ ପ୍ରେମିକ ଦୁଆରେ ହିଁ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଯୁବତୀଙ୍କ ସୂଚନାନୁସାରେ, ତିହିଡିର ଅମୁଲ୍ୟ ମାଝିଙ୍କ ପୁଅ ଜିତେନ୍ଦ୍ରଙ୍କ ସହ ପ୍ରାୟ ୩ ବର୍ଷ ତଳେ ତାଙ୍କର ପରିଚୟ ହୋଇଥିଲା। ପ୍ରଥମେ ଜିତେନ୍ଦ୍ର ପ୍ରେମ ନିବେଦନ କରିଥିଲେ ଏବଂ ସେ ରାଜି ନହେଲେ ଆତ୍ମହତ୍ୟା କରିବ ବୋଲି କହିଥିଲେ । ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ଧୀରେ ଧୀରେ ଶାରୀରିକ ସମ୍ପର୍କରେ ପରିଣତ ହେବା ସହ ଦୁହେଁ ଗତ ପଣା ସଂକ୍ରାନ୍ତିରେ ଏକ ମନ୍ଦିରରେ ବିବାହ କରିଥିଲେ । ଗତ ମାସରେ ଜିତେନ୍ଦ୍ରଙ୍କ ପରିବାର ଲୋକେ ତାଙ୍କ ଘରକୁ ଯାଇ ବିବାହର ପ୍ରତିଶୃତି ଦେବା ସହ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ଯୁବତୀଙ୍କ ମାଆ ଧାର କରଜ କରି ବିବାହ ସାମଗ୍ରୀ କିଣିଥିଲେ। ଗତ ୪ ତାରିଖ ଦିନ ଜିତେନ୍ଦ୍ର ମଧ୍ୟ ଯୁବତୀଙ୍କ ଘରକୁ ଯାଇ ଥିଲେ ।

ତେବେ ୫ ତାରିଖ ଠାରୁ ଜିତେନ୍ଦ୍ର ଫେରାର ଥିବା ଯୁବତୀ ଅଭିଯୋଗ ଆଣିଛନ୍ତି । ଲଗ୍ନ ଧରା ତିଥି ଦିନ ନିରୁପାୟ ହୋଇ ଜିତେନ୍ଦ୍ରଙ୍କ ଘର ସାମ୍ନାରେ ଅନଶନରେ ବସିଥିବା ଯୁବତୀ କହିଛନ୍ତି ।

   Related Posts