ବିଦ୍ୟୁତ ତାର ଲାଗି ଜଳିଗଲା ଛଣ ବୋଝେଇ ଗାଡି
11/01/2023 at 2:55 PM

ଭଦ୍ରକ ୧୧।୦୧ : ବିଦ୍ୟୁତ ତାର ଲାଗି ଜଳିଗଲା ଛଣ ବୋଝେଇ ଗାଡି । ବିଦ୍ୟୁତ ତାର ଅଳ୍ପ ଉଚ୍ଚତାରେ ଯାଇଥିବାରୁ ଗାଡ଼ିରେ ନିଆଁ ଲାଗିଯାଇଥିବା ସୂଚନା । ଭଦ୍ରକ ଜିଲ୍ଲା ଗେଲପୁର ପଞ୍ଚାୟତ ଅଧିନ ଗୋପବନ୍ଧୁପୁର ଗାଁରେ ଘଟିଛି ଏମିତି ଘଟଣା ।
ଖବର ଅନୁଯାୟୀ, ଗୋପବନ୍ଧୁପୁର ଗାଁରୁ ଏକ ଗାଡି ଛଣ ବୋଝେଇ କରି ରାଜପଥ ଅଭିମୁଖେ ଆସୁଥିବା ଗାଡି । ହଠାତ୍ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଗାଡି । ପରେ ଛଣରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପି ଗାଡିରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକେ ନିଆଁ ଲିଭାଇଥିଲେ ।
ତେବେ ଏତେ ବଡ଼ ଅଘଟଣରୁ ଗାଡିର ଡ୍ରାଇଭର ଓ ହେଲପର ସୁରକ୍ଷିତ ଭାବେ ବର୍ତ୍ତିଯାଇଛନ୍ତି । ଏହି ଘଟଣା ଦୁଇ ଦିନ ତଳର ହୋଇଥିବା ବେଳେ ଏବେ ନିଆଁ ଲାଗିବା ବେଳର ଭିଡ଼ିଓ ଭାଇରାଲ ହେଉଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023