ବହୁଦିନର ଦାବି ହେଲା ପୂରଣ, ଦୁଇଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ

Published By : Prameya-News7 Bureau | December 23, 2022 IST

ଭଦ୍ରକ ୨୩।୧୨:  ବହୁ ଦିନର ଦାବି ହେଲା ପୂରଣ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନରେ ୧୦୦କୋଟିରୁ ଅଧିକ ଟଙ୍କା ବ୍ୟୟରେ ଦୁଇ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଅଧିନ ଛତାବର ନୋଳକ ଓ ଛତାବର ବାଲିଘାଇ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତିରେ ଏହି ଦୁଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।

ଖବର ଅନୁଯାୟୀ, ଛତାବରରୁ ନୀଳକ ପର୍ଯ୍ୟନ୍ତ ରାସ୍ତା ପାଇଁ ୨୫ କୋଟି ଟଙ୍କା ଓ ଛତାବରରୁ ବଳିଘାଇ ପର୍ଯ୍ୟନ୍ତ ୮୫.୭ କୋଟି ଟଙ୍କା ବ୍ୟୟରେ ଚାରି ଲେନ ରାସ୍ତା ନିର୍ମାଣ ହେବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏହି ରାସ୍ତା କାର୍ଯ୍ୟ ସମାପ୍ତ ହେବ । ଦୀର୍ଘ ଦିନ ଧରି ଭଣ୍ଡାରିପୋଖରୀ ଅଞ୍ଚଳବାସୀ ଏହି ରାସ୍ତାକୁ ନେଇ ଅସୁବିଧାବର ଥିଲେ । ରାସ୍ତା ପାଇଁ ଅର୍ଥ ମଞ୍ଜୁର ପରେ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.