ମନ୍ତ୍ରୀଙ୍କ ଇସ୍ତଫା ଦାବି ସହ କର୍ମୀଙ୍କୁ ମାଡ ଘଟଣାର ପ୍ରତିବାଦ : ଭଦ୍ରକର ସବୁ ଥାନା ଆଗରେ ବିଜେପିର ଧାରଣା

Published By : Prameya-News7 Bureau | October 23, 2021 IST

ଭଦ୍ରକ, ୨୩/୧୦: ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ଗିରଫ ଦାବି ଓ ବାରିପଦାରେ ବିଜେପି କର୍ମୀଙ୍କୁ ପୋଲିସ ସମ୍ମୁଖରେ ମାଡ଼କୁ ବିଜେପିର ନିନ୍ଦା । ଭଦ୍ରକ ଜିଲ୍ଲାର ସମସ୍ତ ଥାନା ସମ୍ମୁଖରେ ଗଣ ଧାରଣା ଦେବା ସହ ପ୍ରତିବାଦ କରିଛି ଭାରତୀୟ ଜନତା ପାର୍ଟି ।

ଭଦ୍ରକ ଜିଲ୍ଲା ବିଜେପି କହିଛି ଯେ, ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ ଦିବ୍ୟଶିଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ । ଗଣତାନ୍ତ୍ରିକ ଉପାୟରେ ପ୍ରତିବାଦ ପାଇଁ  ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗ୍ରସ୍ତ ସମୟରେ ଦଳର କର୍ମୀ କଳା ପତାକା ଦେଖାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସେଠାରେ ପୋଲିସ ଉପସ୍ଥିତିରେ ବିଜେପି କର୍ମୀଙ୍କୁ ମାଡ଼ ମରାଯାଇଥିଲା । ତେବେ ମନ୍ତ୍ରୀଙ୍କ ଗିରଫ ସହ ବାରିପଦାରେ କର୍ମୀଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.